ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ଆଜି ଆଉ ଏକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଦେଖିବାକୁ ମିଳିଛି । ରସୁଲଗଡରେ ରହିଥିବା ଲର୍ଡ ଗୁଞ୍ଜନ ଆପାର୍ଟମେଣ୍ଟକୁ ସିଲ୍ କରି ଦେଇଛି ବିଏମସି । ମହାମାରୀ ଆଇନ ୧୮୯୭ର ଧାରା ୨,୩ ଓ ୪ ଆଧାରରେ ଏହି ଆପାର୍ଟମେଣ୍ଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଆପାର୍ଟମେଣ୍ଟର ବି ବ୍ଲକରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ଏହି ଆପାର୍ଟମେଣ୍ଟରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର କେବଳ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରସୁଲଗଡର ୩୧ ନମ୍ବର ୱାର୍ଡ ଅଧିନରେ ଆସୁଥିବା ଏହି କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯିବେ ନାହିଁ ଏବଂ କେହି ପ୍ରବେଶ ମଧ୍ୟ କରି ପାରିବେ ନାହିଁ । ବିଏମସି ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବା ସହିତ କଣ୍ଟେନମେଣ୍ଟ ଜୋନ ପରିସୀମାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରଖାଯିବ । ପ୍ରଫୁଲ୍ଲ ସ୍ୱାଇଁ ୱାର୍ଡ ନମ୍ବର ୩୧ (୯୪୩୭୭୭୮୨୦୦) ଏବଂ ୱାର୍ଡ ଅଫିସର ଅମିୟ ସ୍ୱାଇଁ, ୱାର୍ଡ ନମ୍ବର ୩୩ (୯୯୩୭୪୮୧୧୬୪) ଯୋଗାଣ ଦାୟିତରେ ରହିବେ ଏବଂ ଡକ୍ଟର ଜ୍ୟୋତିର୍ମୟୀ ଜେନା (୯୭୭୬୯୨୩୧୭୮) ଚାର୍ଜରେ ରହିବେ ।