fbpx

ହାତ ହରାଇଥିବା ପ୍ରେମିକର ସାହାରା ପାଲଟିଲା ପ୍ରେମିକା

Advertisement

ନୂଆଦିଲ୍ଲୀ: ଦିବ୍ୟାଙ୍ଗ ବୋଲି କେବଳ କୁହାଯାଉଥିବା ବେଳେ ସମାଜରେ ଯେଉଁ ସ୍ନେହ ସୌହାର୍ଦ୍ଦ୍ୟ ମିଳିବା କଥା ତାହା ମିଳିନଥାଏ । ଏପରି ସ୍ଥଳେ ହାତ ନଥିବା ଜଣେ ଯୁବକଙ୍କ ଆଶା ବାଡି ପାଲଟିଛନ୍ତି ପ୍ରେମିକା । ମାତ୍ର ୯ ବର୍ଷ ବୟସରେ ଏକ ଦୁର୍ଘଟଣାରେ ନିଜର ଦୁଇ ହାତ ହରାଇଥିଲେ ଯୁବକ । ଏକ ଇଲେକ୍ଟ୍ରିକ ତାରରେ ହାତ ବାଜିବା ସହିତ ଯୁବକ ଜଣଙ୍କ ନିଜର ଦୁଇ ହାତ ହରାଇଥିଲେ । ତେବେ କଲେଜରେ ପଢିବା ସମୟରେ ସହପାଠୀ ଶିବାଙ୍ଗୀଙ୍କୁ ଭେଟନ୍ତି ଏହି ଯୁବକ ।

ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୁଏ । ଦିବ୍ୟାଙ୍ଗ ଥିବାରୁ ମନରେ ଯେଉଁ ନ୍ୟୁନ ଭାବନା ରହୁଥିଲା ଶିବାଙ୍ଗୀ ଏହାକୁ ଦୂର କରିବାକୁ ଚେଷ୍ଟା କରିଥିଲେ । କଲେଜ ଶେଷ ହେବାକୁ ଥିବା ବେଳେ ଶିବାଙ୍ଗୀଙ୍କୁ ପ୍ରପୋଜ ମଧ୍ୟ କରିଥିଲେ । ଶିବାଙ୍ଗୀ ହଁ କହିବା ପରେ ଉଭୟ ଲଙ୍ଗ ଡିଷ୍ଟାନ୍ସ ରିଲେସନସିପରେ ରହିଥିଲେ । ପ୍ରଥମରୁ ଶିବାଙ୍ଗୀଙ୍କ ପରିବାର ଲୋକ ଅରାଜି ହୋଇଥିଲେ ହେଁ ଶେଷରେ ବିବାହ ପାଇଁ ରାଜି ହୋଇଥିଲେ । ବିଗତ ଦୁଇ ମାସ ଧରି ଉଭୟ ବିବାହ କରିଥିବା ବେଳେ ବିବାହ ଦିନଟି ତାଙ୍କ ଜୀବନର ସବୁଠୁ ଖୁସିର ଦିନ ଥିଲା ବୋଲି ଯୁବକ ଜଣକ କହିଛନ୍ତି ।

Get real time updates directly on you device, subscribe now.