fbpx

ସମ୍ବଲପୁରରେ ଲଭ୍ ଜିହାଦ: ପ୍ରଥମେ ଦୁଷ୍କର୍ମ ପରେ ବ୍ଲାକ ମେଲିଂ

ସମ୍ବଲପୁର, ୧୪/୫: ସମ୍ବଲପୁରରେ ଘଟିଛି ଲଭ୍ ଜିହାଦର ଏକ ଲୋମହର୍ଷଣକାରୀ ମାମଲା  । ଜଣେ କଲେଜ ଛାତ୍ରୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସମ୍ବଲପୁର ପୌର ପରିଷଦର ପୂର୍ବତନ ନଗରପାଳ ତଥା ପ୍ରତିଷ୍ଠିତ ବ୍ୟବସାୟୀ ସିଦ୍ଧାର୍ଥ ସାହା(ସିଦ୍ଧୁ)ଙ୍କ ଫାର୍ମ ହାଉସରେ ଦୁଷ୍କର୍ମ କରାଯିବା, ପରବର୍ତ୍ତୀ ସମୟରେ ନିର୍ଯ୍ୟାତନା, ହତ୍ୟା ଧମକ ଭଳି ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ସମ୍ବଲପୁର ପୋଲିସ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ତେବେ, ଘଟଣାରେ ସମ୍ବଲପୁର ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ , ସମ୍ବଲପୁର ଜିଲ୍ଲାର ଏକ କଲେଜରେ ପୀଡିତା ପାଠ ପଢୁଥିବା ସମୟରେ ତାଙ୍କର ମୁସଲିମ ସଂପ୍ରଦାୟର ଜଣେ ସାଙ୍ଗ ଥିଲେ । ତେବେ ସେହି ସାଙ୍ଗ ଜଣକ ପୀଡିତାଙ୍କୁ ବିଭିନ୍ନ ସମୟରେ ତାଙ୍କ ଘରକୁ ଡାକୁଥିଲେ ।  ସେ ସେହି ବନ୍ଧୁଙ୍କ ଘରକୁ ବି ଯାଉଥିଲେ, ଥରେ ଇଦ୍ ସମୟରେ ସାଙ୍ଗଙ୍କ ଘରେ ସମ୍ବଲପୁର ଦଲେଇପଡାର ଯୁବକ ଗାଜି ଓ ରାଜା ସହିତ ତାଙ୍କ ଦେଖାହୋଇଥିଲା । ପରିଚୟ ପରେ ଗାଜି ସହିତ ହୋଇଥିଲା ଫେସବୁକରେ ବନ୍ଧୁତା ସାଙ୍ଗ ମଧ୍ୟ ଗାଜିକୁ ଭଲ ପିଲା କହିବା ସହ ତାଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରବର୍ତ୍ତାଇ ଥିଲେ ।

ତେବେ ପିଡୀତାଙ୍କ ଜନ୍ମଦିନ ଅବସରରେ ଗାଜି ତାଙ୍କୁ ସମ୍ବଲପୁର ରିଂରୋଡକୁ ଆସିବା ପାଇଁ ବାଧ୍ୟ କରିଥିଲା । ଜନ୍ମଦିନ ପାଳନ ସମୟରେ ଗାଜିର ସାଙ୍ଗ ଇର୍ଫାନ ଖାନ୍ ପାଣିରେ ନିଶାଦ୍ରବ୍ୟ ମିଶାଇ ଦେଇଥିଲା । ଆଉ ନିଶା ଦ୍ରବ୍ୟ ମିଶ୍ରିତ ପାଣି ପିଇବା ପରେ ସେ ବେହୋସ ହୋଇଯାଇଥିଲେ ଆଉ ଏହାପରେ ତାଙ୍କୁ  ସଦର ଥାନା ପାଖ ସିଦ୍ଧୁ ସାହାଙ୍କ ଫାର୍ମହାଉସକୁ ନେଇ ଗାଜି ସେଠାରେ ଦୁଷ୍କର୍ମ କରିଥିଲା । ଚେତା ଫେରିବା ପରେ ସେ ପ୍ରତିବାଦ କରିବାରୁ ଗାଜି ବାହା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା ।

ମାତ୍ର ସେହି ସମୟରେ ଉତ୍ତୋଳନ କରିଥିବା ଫଟୋକୁ ଦେଖାଇ ବ୍ଲାକ ମେଲିଂ କରି ବାରମ୍ବାର ତାଙ୍କ ସହିତ ଦୁଷ୍କର୍ମ କରିଥିଲା । ଫଳରେ ପିଡୀତା ଗର୍ଭବତୀ ହୋଇଥିଲେ ବି ଗାଜି ବିବାହ କରିବାକୁ ରାଜି ହେଉନଥିଲା। ଏଭଳି ସ୍ଥିିତିରେ ସେ ସହାୟତା ପାଇଁ ସିଦ୍ଧୁ ସାହାଙ୍କ ପାଖକୁ ଯାଇଥିଲେ । ମାତ୍ର ସିଦ୍ଧୁ ଶାରୀରିକ ସଂପର୍କ ରଖିଲେ ସହାୟତା କରିବେ ବୋଲି ଇସାରା କରିବାରୁ ପୀଡିତା ସେଠାରୁ ଚାଲି ଆସିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ,ଗାଜି ଓ ସିଦ୍ଧୁ ବିଷୟରେ ଅଭିଯୋଗ କରିବାକୁ ଯିବାରୁ ସମ୍ବଲପୁର ଟାଉନ ଥାନା ପୋଲିସ, ସଖୀ ସେଣ୍ଟର କିମ୍ବା ମହିଳା ପୋଲିସ କେହି ଶୁଣିନଥିଲେ । ତେବେ, ଅଭିଯୋଗପତ୍ର ମିଳିବା ପରେ ଜିଲ୍ଲାପାଳ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ମାର୍ଚ୍ଚ ମାସରେ ସମ୍ବଲପୁର ଏସପିଙ୍କ ପାଖକୁ ପଠେଇଥିଲେ । ଏସପିଙ୍କ ନିର୍ଦ୍ଦେଶପରେ ସମ୍ବଲପୁର ଟାଉନ ଥାନା ପୋଲିସ ଏପ୍ରିଲ ମାସରେ ସିଦ୍ଧୁ ସାହାଙ୍କ ସହିତ ଗାଜି, ଇର୍ଫାନ ଖାନ, ରାଜା ଏବଂ ପୀଡିତାଙ୍କ ଶାଶୁଙ୍କ ବିରୋଧରେ ବାଧ୍ୟ ହୋଇ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.