ଶିକ୍ଷକଙ୍କ ପ୍ରେମପତ୍ର! ମନକଥା ଲେଖି ଛାତ୍ରୀଙ୍କୁ ଦେଲେ ଚିଠି, ତା’ପରେ ଘର ଲୋକେ ଆସି….

ଛାତ୍ରୀଙ୍କ ଉପରେ ଫିଦା ହୋଇଗଲେ ଶିକ୍ଷକ; ଦେଲେ ପ୍ରେମପତ୍ର

ରାଜସ୍ଥାନ: ଛାତ୍ରୀଙ୍କ ଉପରେ ଫିଦା ହୋଇଗଲେ ଶିକ୍ଷକ; ଦେଲେ ପ୍ରେମପତ୍ର। ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବିକାନେର ଜିଲ୍ଲାର ଖଜୁୱାଲା ବ୍ଲକରେ ଅବସ୍ଥିତ କେଏଲଡି ସରକାରୀ ସ୍କୁଲରେ।ଯେଉଁଠାରେ ଶିକ୍ଷକ ସୁରେଶ କୁମାରଙ୍କ ଉପରେ ଜଣେ ଛାତ୍ରୀଙ୍କୁ ପ୍ରେମପତ୍ର ଦେଇଥିବା ଅଭିଯୋଗ ହୋଇଛି।

ଛାତ୍ରୀ ଜଣକ ତାଙ୍କ ଘରେ ଏହିସବୁ ଘଟଣା ବିଷୟରେ ଜଣାଇବା ପରେ ପରିବାର ଲୋକେ ରାଗିଯାଇ ସରକାରୀ ସ୍କୁଲରେ ପହଞ୍ଚି ହଙ୍ଗାମା କରିଥିଲେ। କେବଳ ପରିବାର ଲୋକେ ନୁହେଁ, ବରଂ ଗାଁ ଲୋକେ ମଧ୍ୟ ବହୁ ସଂଖ୍ୟାରେ ସ୍କୁଲରେ ପହଞ୍ଚି ଗେଟ୍ ତାଲା ପକାଇ ପ୍ରତିବାଦ କରିଥିଲେ।

ସୂଚନା ପାଇ ଦନ୍ତାଉର ପୋଲିସ ଏବଂ ଶିକ୍ଷା ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ। ସେମାନେ ପ୍ରତିବାଦ କରୁଥିବା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କଲେ। କିନ୍ତୁ ଗାଁ ଲୋକ ଏବଂ ଝିଅର ପରିବାର କାହାରି କଥା ଶୁଣିଲେ ନାହିଁ, ସେମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବନ କରିବା ଦାବିରେ ଅଟଳ ଥିଲେ।

ଶିକ୍ଷା ବିଭାଗର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ କଥା ହୋଇ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ। ଲୋକମାନେ କହିଥିଲେ ଯେ ଏପରି ଶିକ୍ଷକ ଶିକ୍ଷାର ପବିତ୍ର ମନ୍ଦିରରେ ରହିବା ଉଚିତ୍ ନୁହେଁ।

ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବିତ: ଡିଇଓ କିଷନ୍ଦନ ଚରଣ କହିଛନ୍ତି ଯେ, ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ନିର୍ଦ୍ଦେଶକ ଶିକ୍ଷକ ସୁରେଶ କୁମାରଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି। ଏପରି ଲଜ୍ଜାଜନକ କାର୍ଯ୍ୟ କରିଥିବାରୁ କୌଣସି ଶିକ୍ଷକଙ୍କୁ ଛଡ଼ାଯିବ ନାହିଁ। ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରାଯାଉଛି। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।