fbpx
BSKY
BJD MC SKY
BJD MS SKY

ପ୍ରେମ ପାଇଁ ମା’କୁ ଦେଉଥିଲା ନିଶା, ଝିଅ ସହ ଅନୈତିକ ସମ୍ପର୍କ ରଖୁଥିଲା ପ୍ରେମିକ, ୬ମାସ ପରେ ଧରାପଡିଗଲା ଚୋରାପିରତୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲେ ଜଣେ ଯୁବକ । ପ୍ରତ୍ୟେକ ଦିନ ଯୁବକ ଜଣକ ଉକ୍ତ ନାବାଳିକାଙ୍କ ଘରକୁ ଆସୁଥିଲେ । ମା’ ଘରେ ଥିଲେ ବି କିଛି ଜାଣିାରୁନଥିଲେ । କାରଣ ଝିଅକୁ ଦେଖା କରିବା ସମୟରେ ମା’ଙ୍କୁ ଦିଆଯାଉଥିଲା ନିଶା ଔଷଧ । ଦୀର୍ଘ ୬ ମାସ ଧରି ଏମିତି ପ୍ରେମ ଚାଲିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ନାବାଳିକାଙ୍କ ମା’ ।

ସୂଚନା ମୁତାବିକ, ଭୁବନେଶ୍ୱର ସ୍ଥିତ ରସୁଲଗଡର ଜଣେ ଯୁବକ ଶୈଳଶ୍ରୀ ବିହାରରେ ରହୁଥିବା ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ । ନାବାଳିକାଙ୍କ ବାପା କୌଣସି ମାମଲାରେ ଜେଲରେ ଥିବାରୁ ଘରେ କେବଳ ମା’ ଓ ଝିଅ ରହୁଥିଲେ । ଏହାର ସୁଯୋଗ ନେଇ ଯୁବକ ଜଣଙ୍କ ନାବାଳିକାଙ୍କ ମା’ଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିଥିଲେ । ଗତ ୬ ମାସ ହେବ ଯୁବକ ଜଣଙ୍କ ନିୟମିତ ନାବାଳିକାଙ୍କ ଘରକୁ ଯିବା ଆସିବା କରୁଥିଲେ । ଝିଅ ସହ ଦେଖା କରିବା ସମୟରେ ମା’ଙ୍କୁ କିଛି ଔଷଧ ଦେଉଥିଲେ । ମା’ ଏହାକୁ ସେବନ କରି କିଛି ସମୟ ଚେତାଶୂନ୍ୟ ହୋଇ ଶୋଇ ପଡ଼ୁଥିଲେ । ଏହାର ସୁଯୋଗ ନେଉଥିଲେ ପ୍ରେମୀଯୁଗଳ । ଏହି ଘଟଣା ଜଣାପଡିବା ପରେ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମା’ । କିନ୍ତୁ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଝିଅ । ଓଲଟା ମା’ଙ୍କ ନାମରେ ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କର ଗୁମର ଖୋଲିଥିଲେ । ଶେଷର ପୋଲିସ ଉଭୟଙ୍କୁ ବୁଝାସୁଝା କରି ଘରକୁ ଫେରାଇଥିବା ଜଣାପଡିଛି।

Get real time updates directly on you device, subscribe now.