fbpx

ଓଡ଼ିଶାରୁ ପୁଣି ୬୬ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ନଅଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୮୬୧କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୧ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡ଼ରୁ ଓ ସୁନ୍ଦରଗଡ଼ରୁ ୧୦ ଜଣ ଲେଖାଏଁ, ବାଲେଶ୍ୱରରୁ ୮ ଜଣ, ସମ୍ବଲପୁରରୁ ୭, ଭଦ୍ରକ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ବଲାଙ୍ଗିର, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.