fbpx

ଇଂଲଣ୍ଡ ସିରିଜ ପୂର୍ବରୁ ବଢ଼ିଲା ଚିନ୍ତା, ଟିମ୍ ଇଣ୍ଡିଆର ୨ ଖେଳାଳି କରୋନା ପଜିଟିଭ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଚିନ୍ତା ବଢ଼ିଛି । ଟିମ ଇଣ୍ଡିଆର ୨ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ମିଳିବା ପରେ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି । ୨ ଖେଳାଳିଙ୍କ ରିପୋର୍ଟ ପଜିଟିଭ ବାହାରିବା ପରେ ଦଳରେ ସଂକ୍ରମଣ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

ତେବେ ଏହି ଖବର ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଟିମ ଇଣ୍ଡିଆ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ପରେ ବ୍ରେକରେ   ଥିଲେ । ପଜିଟିଭ ହୋଇଥିବା ଖେଳାଳିଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଖେଳାଳିଙ୍କର ଖୁବଶୀଘ୍ର ଟେଷ୍ଟ ହେବ ।

ସୂଚନା ମୁତାବକ, ଦୁଇ ଖେଳାଳିଙ୍କଠାରେ ଥଣ୍ଡା ସହ କାଶ ଭଳି ହାଲୁକା ଲକ୍ଷଣ ଦେଖାଦେଇଥିଲା । କିନ୍ତୁ ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ନିୟନ୍ତ୍ରଣରେ ରହିଛି । ପଜିଟିଭ୍ ଆସିବା ପରେ ଜଣେ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ଏବେ ନେଗେଟିଭ୍ ଆସିଛି । ଏହା ବ୍ୟତିତ ପଜିଟିଭ ହୋଇଥିବା ୨ୟ ଖେଳାଳିଙ୍କର ଜୁଲାଇ ୧୮ରେ ଆଉଥରେ ଟେଷ୍ଟ୍ ହେବ ।

ସୂତ୍ର ଅନୁସାରେ, ରବିବାର ଦ୍ୱିତୀୟ ଖେଳାଳିଙ୍କର ଟେଷ୍ଟ୍ ହେବ । ନେଗେଟିଭ୍ ଆସିଲା ପରେ ସେହି ଖେଳାଳିଙ୍କୁ ବାକି ଟିମରେ ସାମିଲ କରାଯିବ । ତେବେ ଖେଳାଳିମାନେ ୩-୪ ଦିନ ପୂର୍ବରୁ ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି ।

Get real time updates directly on you device, subscribe now.