fbpx

ମାନିଲେନି ପରିବାର: ବିଷ ପିଇଦେଲେ ପ୍ରେମୀ ଯୁଗଳ

ସୋର (ଓଡ଼ିଶା ଭାସ୍କର): ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପରିବାର ଲୋକ ରାଜି ନହେବାରୁ ବିଷ ପିଇ ପ୍ରେମି ଯୁଗଳ ଗୁରୁତର ହୋଇ ପଡିଥିଲେ । ଉଭୟଙ୍କ ପରିବାର ଲୋକ ଉଭୟଙ୍କୁ ସୋର ଡାକ୍ତରଖାନା କୁ ଆଣିଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଘଟଣାରୁ ପ୍ରକାଶ ଯେ ମୁଳିସିଂ ପଞ୍ଚାୟତ ଇସାଣମୁଣ୍ଡଳି ଅଞ୍ଚଳର ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ ।
ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହ ପାଇଁ ଉଭୟ ପରିବାର ଲୋକ ୨ ଜଣଙ୍କ ବିବାହକୁ ଅରାଜି ହେବାରୁ ପ୍ରଥମେ ଝିଅ ଜଣକ ବିଷ ପିଇ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲେ । ପରେ ଯୁବକ ଜଣକ ପ୍ରେମିକା ବିଷ ପିଇ ଗୁରୁତର ହୋଇଥିବା ଖବର ପାଇ ନିଜେ ବିଷ ପିଇ ଦେଇଥିଲେ । ପରେ ପରିବାର ଲୋକ ଉଦ୍ଧାର କରି ସୋର ଡାକ୍ତର ଖାନା ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.