fbpx

ଲୋ ବ୍ଲଡ ପ୍ରେସର ବି ଆପଣଙ୍କ ପାଇଁ ହୋଇପାରେ ମାରାତ୍ମକ, ଜାଣନ୍ତୁ କିପରି ବର୍ତ୍ତିବେ

Advertisement

ଆଜିକାଲି ବ୍ଲଡ଼ ପ୍ରେସର ଓ ଡାଇବେଟିସ ଅତି ସାଧାରଣ ହୋଇଗଲାଣି । ଅନେକ ଲୋକ ଏଥିରେ ପୀଡିତ ଅଛନ୍ତି । ବ୍ଲଡ ପ୍ରେସର ବଢ଼ିବା ଓ କମିବା ଉଭୟ ମାରାତ୍ମକ । ଯଦି ଆପଣଙ୍କ ବ୍ଲଡ ପ୍ରେସର ହାଇ ହୋଇଥାଏ, ତେବେ ତାଙ୍କୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ । ତେବେ ଲୋ ବ୍ଲଡ ପ୍ରେସର ଆପଣଙ୍କୁ ଅର୍ଗାନ ଫେଲୁଅର ଭଳି ସମସ୍ୟା ଦେଇଥାଏ । ଯେଉଁ ଲୋକଙ୍କ ବ୍ଲଡ ପ୍ରେସର ୯୦ ଓ ୬୦ରୁ କମ ଅଟେ, ସେ ଲୋକ ଲୋ ବିପି ବାଲା ଶ୍ରେଣୀରେ ଆସିଥାନ୍ତି । ଆସନ୍ତୁ ଜାଣିବା ବ୍ଲଡ ପ୍ରେସର ଲୋ ହେଲେ ଶରୀରରେ କ’ଣ ଲକ୍ଷଣ ଦେଖାଯାଇଥାଏ ଓ ଏଥିରୁ ବଞ୍ଚିବାର ତରିକା କ’ଣ ?

ବ୍ଲଡ ପ୍ରେସର ଲୋ ହେବାର ଲକ୍ଷଣ :-

– ମୁଣ୍ଡ ଘୁରାଇବା

– ଅନ୍ଧାର ଦେଖା ଯିବା

– ବାନ୍ତି ଭଳି ଲାଗିବା

– ବହୁତ ଥକାପଣ ଲାଗିବା

– ଧ୍ୟାନ ଲଗାଇବାରେ ଅସୁବିଧା ହେବା

– ହାତ-ଗୋଡ଼ ଥଣ୍ଡା ପଡିବା

– ଶ୍ୱାସ ନେବାରେ ଅସୁବିଧା ହେବା

– ଖାଇବାରେ ଅସୁବିଧା ହେବା

ବ୍ଲଡ ପ୍ରେସର ଲୋ ହେବାର ବିପଦ:- 

ଯଦି ଆପଣଙ୍କ ବିପି ଅଧିକ ଲୋ ରହୁଛି,ତେବେ ଆପଣଙ୍କୁ ଅଧିକ ସତର୍କ ରହିବା ଦରକାର । ଏହାଦ୍ୱାରା ଶରୀରର ଅନ୍ୟ ଅଂଗରେ ରକ୍ତ ଠିକ ଭାବେ ପହଞ୍ଚି ପାରିନଥାଏ । ଏପରି ସ୍ଥିତିରେ ଷ୍ଟ୍ରୋକ, ହାର୍ଟ ଆଟାକ୍‌ ଓ କିଡନୀ ଫେଲୁଅର ଭଳି ବିପଦ ରହିଥାଏ । ବିପି କମ ହେଲେ ବେହୋଷ ହେବାର କାରଣ ହୋଇଥାଏ । ବ୍ରେନ ହାମରେଜ ଆଶଙ୍କା ବଢ଼ିଥାଏ ।

କେମିତି ରକ୍ଷା ପାଇବେ :-

– ଖାଦ୍ୟରେ ଲୁଣ ମାତ୍ରା ଠିକ ରଖନ୍ତୁ, ଫଳରେ ବିପି ଠିକ ରହିବ ।

– ଅଧିକ କାର୍ବୋହାଇଡ୍ରେଟ ଖାଇବାରୁ ବଂଚିତ ରୁହନ୍ତୁ । ଖାଦ୍ୟରେ ପ୍ରୋଟିନ ମାତ୍ରା ବଢ଼ାନ୍ତୁ ।

– ଶରୀରକୁ ସର୍ବଦା ହାଇଡ୍ରେଟ ରଖନ୍ତୁ । ଦିନରେ ଅତି କମରେ ୮ ଗ୍ଲାସ ପାଣି ପିଅନ୍ତୁ ।

– ଆପଣଙ୍କୁ ହଠାତ୍‌ ତଳୁ ଉପରକୁ ଉଠିବା ଭଳି କାର୍ଯ୍ୟରୁ ବିରତ ହେବା ଦରକାର ।

– ସର୍ବଦା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ । ଔଷଧ ରିଆକ୍ସନରେ ମଧ୍ୟ ବ୍ଲଡ ପ୍ରେସର ବଢ଼ିଥାଏ ।

– ଅଧିକ ମାନସିକ ବା ଶାରିରୀକ ପ୍ରେସରରୁ ଦୂରରେ ରୁହନ୍ତୁ ।

– ଅଧିକ ସିଗାରେଟ ଓ ମଦ ସେବନରୁ ବଂଚିତ ରୁହନ୍ତୁ ।

– ଖାଦ୍ୟରେ ସିଜିନାଲ ଫଳ ଓ ପରିବା ବଢ଼ାନ୍ତୁ ।

Get real time updates directly on you device, subscribe now.