ଆଗାମୀ 12 ଘଣ୍ଟାରେ ଲଘୁଚାପ, 36 ଘଣ୍ଟାରେ ନେବ ଅବପାତର ରୂପ

ଆଗାମୀ 12 ଘଣ୍ଟା ମଧ୍ୟରେ ପୂର୍ବକେନ୍ଦ୍ରୀୟ ଆରବସାଗରେ ଲଘୁଚାପ ସୃଷ୍ଟି ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଆଗାମୀ 36 ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବର: ଆଗାମୀ 12 ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଆଜି ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବକେନ୍ଦ୍ରୀୟ ଆରବସାଗରେ ଲଘୁଚାପ ସୃଷ୍ଟି ସୃଷ୍ଟି ହେବ । କର୍ଣ୍ଣାଟକ ଓ ଗୋଆ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରିବ । ଏହା 12 ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଆଗାମୀ 36 ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏପଟେ ସକାଳୁ ସକାଳୁ ବଦଳିଛି ପାଗର ମିଜାଜ୍ । ରାଜଧାନୀରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ହେଉଛି । ଏହା ସହ ରାଜ୍ୟର ଅନେକ ସ୍ଥାନରେ ଏବେ କାଳବୈଶାଖୀ ବର୍ଷା ଜାରି ରହିଛି । ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।