ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଗାମୀ ୨ ଦିନ ଯାଏ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କରାଯାଇଛି । ଏହା ବ୍ୟତୀତ ୧୩ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି ।
ସୂଚନା ଅନୁଯାୟୀ, ରାଜ୍ୟରେ ଲଘୁଚାପ ଜିନିତ ବର୍ଷା ଯୋଗୁଁ ଆଜି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳକୁ ଅରେଞ୍ଜ ୱର୍ଣ୍ଣିଂ ଜାରି ହୋଇଛି । ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁରକୁ ଚେତାବନୀ ଦିଆଯାଇଛି । ଝାରସୁଗୁଡ଼ା, ବରଗଡ଼ ଏବଂ ବଲାଙ୍ଗୀରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକରେ ୭ରୁ ୧୧ ସେମି ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।
ସେହିପରି ବାଲେଶ୍ୱର, ଭଦ୍ରକ, ଜଗତସିଂହପର, କଟକ, ଯାଜପୁର, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳ ବର୍ଷା ଆଶଙ୍କା କରି ପଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି । ସୋମବାର ଦିନ ପଶ୍ଚିମ ଓଡ଼ିଶା ସହିତ କିଛି କେନ୍ଦ୍ରୀୟ ଜିଲ୍ଲାରେ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି ।