fbpx

ଶସ୍ତା ହେଲା LPG ସିଲିଣ୍ଡର, ଛଟ୍ ପୂଜା ପୂର୍ବରୁ ବଡ ଆଶ୍ୱସ୍ତି: ଆଜିଠାରୁ ନୂଆ ରେଟ୍ ଲାଗୁ

ନୂଆଦିଲ୍ଲୀ: ଛଟ୍ ପର୍ବ ପୂର୍ବରୁ ଏଲପିଜି ସିଲିଣ୍ଡର ବିଷୟରେ ଆସିଛି ଏକ ବଡ଼ ଖୁସି ଖବର । ତେବେ ସରକାରୀ ତୈଳ କମ୍ପାନୀଗୁଡିକ ଗୁରୁବାର ୧୬ ନଭେମ୍ବରରୁ ଦିଲ୍ଲୀ ସମେତ ୪ ମହାନଗରରେ ବାଣିଜ୍ୟିକକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ହ୍ରାସ କରିଛନ୍ତି ।

ଏହି ହ୍ରାସ ୫୭.୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ଏହି ଏଲପିଜି ସିଲିଣ୍ଡରର ଓଜନ ୧୯ କିଲୋଗ୍ରାମ । ଏହା ଏଲପିଜି ସିଲିଣ୍ଡର ହୋଟେଲ, ରେଷ୍ଟୁରାଣ୍ଟ ଇତ୍ୟାଦିରେ ବ୍ୟବହୃତ ହୁଏ ।

କେଉଁ ସହରରେ କେତେ ମୂଲ୍ୟ?
ଦିଲ୍ଲୀ: ୧୭୭୫.୫୦ ଟଙ୍କା
କୋଲକାତା: ୧୮୮୫.୫୦ ଟଙ୍କା
ମୁମ୍ବାଇ: ୧୭୨୮ ଟଙ୍କା
ଚେନ୍ନାଇ: ୧୯୪୨ ଟଙ୍କା

ନଭେମ୍ବର ୧ ରେ ଏହାର ମୂଲ୍ୟ କେତେ ଥିଲା?
ଦିଲ୍ଲୀ: ୧୮୩୩ ଟଙ୍କା
କୋଲକାତା: ୧୯୪୩ ଟଙ୍କା
ମୁମ୍ବାଇ: ୧୭୮୫.୫୦ ଟଙ୍କା ।
ଚେନ୍ନାଇ: ୧୯୯୯.୫୦ ଟଙ୍କା

ନଭେମ୍ବର ୧ର ପ୍ରାରମ୍ଭରେ ଭାରତ ପେଟ୍ରୋଲିୟମ ନିଗମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ ଚାରି ମେଟ୍ରୋରେ ୧୯ କିଲୋଗ୍ରାମ ସିଲିଣ୍ଡରରେ ବିକ୍ରି ହୋଇଥିବା ବ୍ୟବସାୟିକ ଏଲପିଜିର ଖୁଚୁରା ମୂଲ୍ୟକୁ ୧୦୧.୫ ଟଙ୍କା ପର୍ଯ୍ୟନ୍ତ ସଂଶୋଧନ କରିଥିଲେ ।

Get real time updates directly on you device, subscribe now.