fbpx

Video: ମ୍ୟାଚ୍‌ ମଝିରେ ଘଟିଲା ବଡ଼ ଦୁର୍ଘଟଣା, କ୍ରିକେଟରଙ୍କ ମୁହଁରେ ବାଜିଲା ବଲ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ବର୍ତ୍ତମାନ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ଲଙ୍କା ପ୍ରିମିୟର ଲିଗ୍ ୨୦୨୨ ଚାଲିଛି । ଗତକାଲି ଏକ ମ୍ୟାଚ୍ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ଖେଳାଳି ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏହି ମ୍ୟାଚ୍ ସମୟରେ ଶ୍ରୀଲଙ୍କାର ଅଲରାଉଣ୍ଡର ଚାମିକା କଋଣାରତ୍ନେଙ୍କ ମୁହଁରେ ବଲ୍ ବାଜିଥିଲା। ବଲ୍ ବାଜିବା ପରେ କଋଣାରତ୍ନେଙ୍କ ମୁହଁ ରକ୍ତରେ ଲାଲ୍ ହୋଇଯାଇଥିଲା। କେବଳ ଏତିକି ନୁହେଁ ଏହି ଦୁର୍ଘଟଣାରେ ତାଙ୍କର ତିନିରୁ ଚାରୋଟି ଦାନ୍ତ ମଧ୍ୟ ଭାଙ୍ଗିଯାଇଥିବା କୁହାଯାଉଛି।

ଏହି ଘଟଣା ପରେ ମ୍ୟାଚ୍‌କୁ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ଏବଂ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା। କୁହାଯାଉଛି ଯେ, କଋଣାରେତ୍ନଙ୍କ ଥୋଡ଼ିରେ ଗଭୀର ଭାବେ ଆଘାତ ଲାଗିଛି। ଖବର ଅନୁସାରେ ଗତକାଲି କାଣ୍ଡି ଫାଲକନ୍ସ ଏବଂ ଗାଲ୍ ଗ୍ଲାଡିଏଟର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଘଟିଛି ମ୍ୟାଚରେ ଏହି ଘଟଣା ଘଟିଛି । ଏକ କ୍ୟାଚ୍ ଧରିବା ପାଇଁ ପ୍ରୟାସ କରୁଥିବା ସମୟରେ କଋଣାତ୍ନେଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା ।

ଏହି କ୍ୟାଚ୍‌କୁ ଧରିବା ପାଇଁ କଋଣାରତ୍ନେ ବାଉଣ୍ଡାରୀ ଆଡ଼କୁ ଦୌଡ଼ି ଦୌଡ଼ି ପ୍ରୟାସ କରିଥିଲେ, କିନ୍ତୁ ଏହି ସମୟରେ ବଲ୍‌ଟି ତାଙ୍କ ମୁହଁରେ ବାଜିଥିଲା ଏବଂ ତାଙ୍କର ଥୋଡ଼ିରେ ଗଭୀର ଆଗାତ ଲାଗିଥିଲା । ଏହାପରେ ମଧ୍ୟ ସେ କ୍ୟାଚ୍‌ଟିକୁ ଧରି ନେଇଥିଲେ । ଏହାପରେ ତାଙ୍କୁ ମୁହଁରୁ ରକ୍ତ ବାହାରୁଥିବା ଦେଖି ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ।

ତେବେ ଚାମିକା କଋଣାରତ୍ନେ ଆଘାତ ପଇ ମଧ୍ୟ କ୍ୟାଚ୍ ଧରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ଆପଣଙ୍କୁ ବିଚଳିତ ମଧ୍ୟ କରିପାରେ । ଏହି ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, କ୍ୟାଚ୍ ଧରିବା ସମୟରେ ବଲ୍ ସିଧା ଆସି ତାଙ୍କ ମୁହଁ ଉପରେ ପଡୁଛି । ଏଥିରେ ତାଙ୍କର ତିନି ଚାରୋଟି ଦାନ୍ତ ଭାଙ୍ଗିଯିବା ସହ ଥୋଡିରେ ମଧ୍ୟ ଗଭୀର ଆଘାତ ଲାଗିଛି ।

Get real time updates directly on you device, subscribe now.