ଏତେ ନିଷ୍ଠୁର! ମାତ୍ର 30 ଟଙ୍କା ପାଇଁ ଭାଇ ହେଲା ଭଗାରୀ, କଇଁଚି ଭୁସି ଅନ୍ତ ବାହାର କରିଦେଲା..

30 ଟଙ୍କା ପାଇଁ ଭାଇକୁ ହତ୍ୟା କଲା ଭାଇ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି ଏହି ଅଭାବନୀୟ ଘଟଣା ।

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । ମାତ୍ର କେଇ ଟଙ୍କା ପାଇଁ ଭାଇକୁ କଇଁଚି ଭୁସି ଅନ୍ତ ବାହାର କରିଦେଲା ଭାଇ । ମାତ୍ର 30 ଟଙ୍କାକୁ ନେଇ ଏହି ଘଟଣା ଘଟିଯାଇଥିବା ସୂଚନା ରହିଛି ।

ଏହି ଘଟଣାର ସୂଚନା ପାଇବା ପରେ ପୋଲିସ ଘଟାସ୍ଥଳରେ ପହଞ୍ଚିଥିଲା । ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଏକ ଭାଇକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଛୋଟ ବିବାଦକୁ ନେଇ ତୁମୁଳ କାଣ୍ଡ ଦେଖାଯାଇଥିଲା । କୌଣସି ଏକ ଘଟଣାକୁ ନେଇ 30 ଟଙ୍କା ଦିଆନିଆକୁ ନେଇ ବଚସା ଦେଖାଯାଇଥିଲା । ଏହାପରେ ରକ୍ତ ସମ୍ପର୍କକୁ ଭୁଲି ଯାଇଥିଲା ଭାଇ । ଗୋଟିଏ ଭାଇ ପାଖରେ ଥିବା କଇଁଚି ନେଇ ଅନ୍ୟ ଏକ ଭାଇକୁ ଭୁସି ଦେଇଥିଲା । ବର୍ତ୍ତମାନ ସୁଦ୍ଧା ପୋଲିସ ଭାଇର ଖବର ପାଇନଥିବା ବେଳେ ତଦନ୍ତ ଜାରି ରଖିଛି ।