ପଞ୍ଜାବକୁ ୧୭୨ ରନର ଟାର୍ଗେଟ ଦେଲା ଲକ୍ଷ୍ନୌ; ବାଦୋନି-ସମଦଙ୍କ ବିସ୍ଫୋରକ ବ୍ୟାଟିଂ

ଲକ୍ଷ୍ନୌ: ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ୧୩ ନମ୍ବର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲଏସଜି) ପଞ୍ଜାବ କିଙ୍ଗ୍ସ (ପିବିକେଏସ) ସହିତ ମୁକାବିଲା ଜାରି ରହିଛି। ଏହି ମ୍ୟାଚ୍‌ରେ ଟସ୍ ଜିତିବା ପରେ, ପଞ୍ଜାବ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳ ୭ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା। ବାଦୋନି ଏବଂ ଅବଦୁଲ ସମାଦ ଚମତ୍କାର ବ୍ୟାଟିଂ କରିଥିଲେ।

ଏହି ମ୍ୟାଚ୍ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ଲକ୍ଷ୍ନୌର ଅଧିନାୟକ ରିଷଭ ପନ୍ତ ଏବଂ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ରହିବ।