fbpx

ଦଙ୍ଗା ରୋକିବାକୁ ଫ୍ରାନ୍ସ ଯାଆନ୍ତୁ ଯୋଗୀ ଆଦିତ୍ୟନାଥ, ୟୁରୋପର ଜଣେ ପ୍ରସିଦ୍ଧ ଡାକ୍ତର କରିଛନ୍ତି ଏପରି ଦାବୀ

ନୂଆଦିଲ୍ଲୀ:ଦଙ୍ଗା ନିଆଁରେ ଜଳୁଥିବା ଫ୍ରାନ୍ସକୁ ବଞ୍ଚାଇବା ଲାଗି ୟୁରୋପର ଜଣେ ପ୍ରସିଦ୍ଧ ଡାକ୍ତର ଓ ପ୍ରଫେସର ଏନ୍.ଜନ୍ କେମ୍ ଭାରତ ନିକଟରେ ଏକ ଦାବୀ ରଖି ଟୁଇଟ୍ କରିଛନ୍ତି । ପ୍ରଫେସର ଏନ୍. ଜନ୍ କେମ୍ କହିଛନ୍ତି ଫ୍ରାନ୍ସରେ ଦଙ୍ଗାର ସ୍ଥିତିକୁ ସାମନା କରିବା ଲାଗି ଭାରତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେଠାକୁ ପଠାଇବା ଉଚିତ । ପ୍ରଫେସର କେମ୍ ଙ୍କ ବିଶ୍ୱାସ ରହିଛି ଯେ, ୨୪ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଙ୍ଗାକୁ ଶାନ୍ତ କରିଦେଇ ପାରିବେ । ପ୍ରଫେସର କେମ୍ ଟୁଇଟ୍ କରି ଲେଖିଛନ୍ତି ଫ୍ରାନ୍ସରେ ଦଙ୍ଗାକୁୁ ପ୍ରଶମିତ କରିବା ଲାଗି ଭାରତ ଯୋଗୀ ଆଦିତ୍ୟନାଥଙ୍କୁ ସେଠାକୁ ପଠାଇବା ଉଚିତ ହେବ । କାରଣ ମୁଁ ଜାଣିଛି ସେ ୨୪ ଘଣ୍ଟା ଭିତରେ ଏହାକୁ ରୋକିଦେବେ । ପ୍ରଫେସର କେମ୍ ଯୋଗୀଙ୍କ ବୁଲଡୋଜର ଆକ୍ସନକୁ ବି ପ୍ରଶଂସା କରିଛନ୍ତି ଓ କହିଛନ୍ତି ଦଙ୍ଗାକୁ ସାମନା କରିବା ଲାଗି ଏହାଠାରୁ ଅଧିକ ଭଲ କାର୍ଯ୍ୟାନୁଷ୍ଠାନ ଆଉ କିଛି ନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ୪ ଦିନ ଧରି ଫ୍ରାନ୍ସ ଦଙ୍ଗାର ନିଆଁରେ ଜଳୁଛି । ୨୭ ଜୁନ୍ ରେ ଟ୍ରାଫିକ୍ ପୋଲିସ ଅଲଜିରିଆଇ ସଂପ୍ରଦାୟର ୧୭ ବର୍ଷୀୟ ନାହେଲ ଏମ୍ କୁ ଗୁଳି କରି ହତ୍ୟା କରିଥିଲା । ଏହାର ବିରୋଧରେ ଫ୍ରାନ୍ସରେ ଦଙ୍ଗା ସୃଷ୍ଟି ହୋଇଛି । ଏ ପର୍ଯ୍ୟନ୍ତ ଏହି ଭୀଷଣ ଦଙ୍ଗାରେ ବହୁ ଧନ ଜୀବନ କ୍ଷୟକ୍ଷତି ହୋଇଛି । ପୋଲିସ ଦଙ୍ଗା ସହ ସଂପୃକ୍ତ ୮୭୫ ଜଣଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି ।

 

Get real time updates directly on you device, subscribe now.