fbpx

ସଚିବାଳୟରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ: ଦେଖନ୍ତୁ Viral ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସଚିବାଳୟରେ ଜଣେ ସରକାରୀ ବାବୁ ଜଣେ ମହିଳାଙ୍କୁ ଯୌନ ଉତ୍ପୀଡନ କରୁଥିବା ବେଳେ ଏହାର ଭିଡିଓ ଭାଇରାଲ ହୋଇଛି । ଠିକା ନିଯୁକ୍ତି ପାଇଥିବା ମହିଳା ଜଣଙ୍କୁ ତାଙ୍କର ଉପରିସ୍ଥ ଅଧିକାରୀ ବାରମ୍ବାର ଯୌନ ନିର୍ଯାତନା ପ୍ରଦାନ କରୁଥିଲେ । ତେବେ ଏହି ଅଭିଯୋଗକୁ କେହି କର୍ଣ୍ଣପାତ କରୁନଥିଲେ । ଶେଷରେ ନିର୍ଯାତନାରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ଏହା ଭିଡିଓ ବନାଇବାର ନିଷ୍ପତ୍ତି ନେଲେ ।

ଉତ୍ତର ପ୍ରଦେଶର ସଚିବାଳୟରେ ଘଟି ଯାଇଛି ଏମିତି ଲଜ୍ଜାଜନକ ଘଟଣା । ବାପୁ ଭବନରେ କାମ କରୁଥିବା ମହିଳା ସହକର୍ମୀଙ୍କୁ ଯୌନ ଉତ୍ପୀଡନ ପ୍ରଦାନ କରିଥିଲେ ଉପରିସ୍ଥ ଅଧିକାରୀ ଇଚ୍ଛାରାମ ଯାଦବ । ଏହି ଭିଡିଓଟି ଭାଇରାଲ ହେବା ପରେ ବର୍ତ୍ତମାନ ଜେଲର ଚାରି କାନ୍ଥ ଭିତରେ ଏହି ଯୌନପିପାସୁ ଅଧିକାରୀ । ଦେଖନ୍ତୁ ଭାଇରାଲ ଭିଡିଓ…

Get real time updates directly on you device, subscribe now.