୩୦ ବର୍ଷ ପରେ ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ଏହି ରାଶିର ଲୋକମାନେ ହେବେ ଧନବାନ୍, ଘରକୁ ଆସିବ ଗଦା ଗଦା ଟଙ୍କା !

୨୦୨୩ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ଶରଦ ପୂର୍ଣ୍ଣିମା ରାତିରେ ଲାଗିବାକୁ ଯାଉଛି । ୩୦ ବର୍ଷ ପରେ,ଏପରି ଏକ ସଂଯୋଗ ହେବାକୁ ଯାଉଛି, ଯେତେ ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ । ଗଜାକେସରୀ ଯୋଗ ଥିବାରୁ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଉଛି ।

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୮ ରେ ୧୧:୩୨ ରେ ଆରମ୍ଭ ହେବ ଏବଂ ରାତି ୦୩:୩୬ ରେ ଶେଷ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣରେ ୩୦ ବର୍ଷ ପରେ ଘଟୁଥିବା ଏହି ଅଦ୍ଭୁତ ସଂଯୋଗ ୪ ଟି ରାଶିର ଲୋକଙ୍କୁ ମାଲାମାଲ୍ କରିପାରେ ।

ବୃଷ :-
ବୃଷ ରାଶି ଲୋକଙ୍କ ପାଇଁ ଏହି ସଂଯୋଗ ବୃତ୍ତିଗତ ଜୀବନର ସମସ୍ତ ସମସ୍ୟାକୁ ସମାପ୍ତ କରିବ । ଆପଣ ଚାହୁଁଥିବା ପଦ ଏବଂ ଟଙ୍କା ପାଇବେ । ଆପଣଙ୍କର ଅଟକିଯାଇଥିବା କାର୍ଯ୍ୟ ଶୀଘ୍ର ସମାପ୍ତ ହେବ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ ।

ମିଥୁନ :-
ପୁରୁଣା ରୋଗରୁ ମୁକ୍ତି ପାଇବେ । ଦୀର୍ଘ ଦିନ ଧରି ଚାଲିଆସୁଥିବା ମାନସିକ ଚାପ ଦୂର ହୋଇଯିବ । ଅଟକିଯାଇଥିବା ଟଙ୍କା ମିଳିବ । ଘର ଖର୍ଚ୍ଚ କମ୍ ହେବାରୁ ଆରାମ ମିଳିବ । ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ ।

କନ୍ୟା :-
ଏହି ସମୟ କନ୍ୟା ରାଶିର ଲୋକଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବ । ଏକ ନୂଆ ଚାକିରି ପାଇବାର ଇଚ୍ଛା ପୂରଣ ହୋଇପାରେ । ବ୍ୟବସାୟ ମଧ୍ୟ ଭଲ ଚାଲିବ । ସମ୍ପତ୍ତିରେ ନିବେଶ କରିବାକୁ ସମୟ ଭଲ ରହିବ ।

କୁମ୍ଭ:-
ବର୍ତ୍ତମାନ ପର୍ଯ୍ୟନ୍ତ ଥିବା ସମସ୍ୟାରୁ ଆପଣ ଆରାମ ପାଇବେ । ଆପଣ ପ୍ରତ୍ୟେକ ମାମଲାରେ ଶୁଭ ଫଳାଫଳ ପାଇବେ । ଜୀବନ ସୁଖ ଏବଂ ସମୃଦ୍ଧରେ ପରିପୂର୍ଣ୍ଣ ହେବ । ଚାକିରି ଏବଂ ବ୍ୟବସାୟରେ ଆପଣ ବଡ଼ ସଫଳତା ପାଇପାରିବେ । ଆର୍ôଥକ ଲାଭ ହେବ ।