fbpx

(Video) ମା’ର ଶବକୁ କାନ୍ଧ ଦେଲେ ୪ ଝିଅ: ଖଟିଆରେ ବୋହିନେଲେ ୫ କିଲୋମିଟର

ଶବକୁ ଅସମ୍ମାନର ଚିତ୍ର, ଯାହା ମାନବ ସମାଜକୁ ଲଜ୍ଜିତ କରିପକାଉଛି, ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛି ଏହି ହୃଦୟଫଟା ଦୃଶ୍ୟ ଦେଖିଲେ ଆପଣ ବି ବ୍ୟଥିତ ହେବେ । ମଧ୍ୟ ପ୍ରଦେଶ ରେୱା ଜିଲ୍ଲାର ଏହି ହୃଦୟ ବିଦାରକ ଦୃଶ୍ୟଟି ଏବେ ଖୁବ ଭାଇରାଲ ହୋବାକୁ ଲାଗିଛି ।

ଏଠାରେ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କ ଶବ ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ଶବବୁହା ଗାଡି ନମିଳିବାରୁ ମା’ର ଶବକୁ ୪ ଝିଅ ଖଟିଆରେ ରଖି ୫ କିଲୋମିଟର ଚାଲି ଚାଲି ବୋହିନେବାର ଘଟଣା ଏବେ କେବଳ ମଧ୍ୟପ୍ରଦେଶ ନୁହେଁ ଅନ୍ୟ ରାଜ୍ୟରେ ବି ଚହଳ ପକାଇଛି । ଯାହାକୁ ନେଇ ସମାଲୋଚନାର ଶୀକାର ହୋଇଛନ୍ତି ମଧ୍ୟପ୍ରଦେଶ ସରକାର । ସ୍ୱାସ୍ଥ୍ୟ ସେବାକୁ ନେଇ ବାହାସ୍ଫଟ ମାରୁଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପୋଲ ଖୋଲିବା ସହ ରାଜ୍ୟରେ ସେବାର ବିକଳ ଚିତ୍ରକୁ ଏହା ଏବେ ପଦାରେ ପକାଇ ଦେଇଛି ।

ଘଟଣା ଅନୁଯାୟୀ ରିୱାର ମହସୁଆ ଗାଁର ମୋଲିଆ କେଭଟ ନାମକ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସ ଡକାଇଥିଲେ , ହେଲେ ଆମ୍ବୁଲାନ୍ସ ଆସିନଥିଲା । କିଛି ସମୟ ଅପେକ୍ଷା କରିବା ପରେ ମୋଲିଆଙ୍କ ୪ ଝିଅ ତାଙ୍କୁ ଖଟିଆରେ ଧରି ରାୟପୁର କର୍ଚୁଲିଆନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।  ହେଲେ ସେଠାରେ ଡାକ୍ତର ମୋଲିଆଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଏତିକିରେ ବି ସରିନଥିଲା ସମସ୍ୟା । ପ୍ରଥମେ ଆମ୍ବୁଲାନ୍ସ ତ ଆସିନଥିଲା ଆଉ ଏବେ ଶବ ବୁହା ଗାଡି ବି ମୁହଁ ବୁଲାଇଦେଲା । ଏନେଇ ତାଙ୍କ ୪ ଝିଅ ଡାକ୍ତରଖାନା ସହ ଯୋଗାଯୋଗ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ମନା କରିଦେଇଥିଲେ । ଶେଷରେ ମାର ଶବକୁ ଧରି ଖଟିଆରେ ୫ କିଲୋମିଟର ଚାଲି ଚାଲି ଗାଁରେ ପହଂଚିଥିଲେ  ।

 

Get real time updates directly on you device, subscribe now.