fbpx

ବେଆଇନ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢାଉ: ୭୧୨୦ ଲିଟର ପୋଚ ଓ ମଦ ଜବତ, ୩ ଗିରଫ

ଭଞ୍ଜନଗର (ଭାସ୍କର ନ୍ୟୁଜ): ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ନିକଟସ୍ଥ ବଡ଼ ମରାଠିସାହି ଓ ନାହାତୋଟା ସାହିରେ ଚାଲିଥିବା ବେଆଇନ ମଦ ପ୍ରସ୍ତୁତ ବେଳେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ପ୍ରକାରେ ଛତ୍ରପୁର ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ତହସିଲଦାରଙ୍କ ଆଲୋକ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ଚଢାଉ ହୋଇଥିଲା । ୬୩୫ ଲିଟର ରନ୍ଧା ମଦ ସହ ମଦରନ୍ଧା ସାମଗ୍ରୀ ଜବତ ହୋଇଥିଲା । ୭୧୨୦ ଲିଟର ପୋଚ ମଧ୍ୟ ନଷ୍ଟ କରାଯାଇଥିଲା । ଏହି ଚଢାଉରେ ଅବକାରି ରେଞ୍ଜ ଇନ୍ସପେକ୍ଟର୍‌ ଧୀରେନ୍‌ କୁମାର ବେହେରା , ଓଆଇସି ରମ୍ବା ଦାସ , ଏଏସ୍‌ଆଇ ରାମେଶ୍ୱର ବେହେରା, କନଷ୍ଟେବଳ ସନାତନ ନାହାକ , ଜଗନ୍ନାଥ ମହାପାତ୍ର , ସୁବଳ ପ୍ରଧାନ ଏବଂ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ହୋଇଥିଲେ।

Get real time updates directly on you device, subscribe now.