fbpx

ଅଗଷ୍ଟ ୧୫ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଅଧୀନସ୍ଥ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ । ଏନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ସୂଚନା ଦେଇଛନ୍ତି ।

ସୂଚନା ମୁତାବିକ, ଜୁଲାଇ ୩୧ରେ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କଳା ଓ ଧନ୍ଦାମୂଳକ ରେଜଲ୍ଟ ୧୫ ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି ବିଭାଗ ଦର୍ଶାଇଥିଲା । ଏନେଇ ସିଏଚ୍‌ଏସ୍‌ଇ ମଧ୍ୟ ସୁପ୍ରିମ୍‌କୋର୍ଟରେ ସମୟ ଯାଚିକା ପୂର୍ବରୁ ଦାଖଲ କରିଛି । ତେବେ ଯୁକ୍ତ ଦୁଇର ୩ ଲକ୍ଷ ୪୫ ହଜାର ୬୭୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନ ଓ ବାଣିଜ୍ୟର ୧ଲକ୍ଷ ୨୩ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇ ସାରିଛି । କଳା ଓ ଧନ୍ଦାମୂଳକ ଶିକ୍ଷାର ୨ ଲକ୍ଷ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀଙ୍କ ଫଳ ଚଳିତ ସପ୍ତାହ ଶେଷ ସୁଦ୍ଧା ପ୍ରକାଶ ପାଇବ ।

Get real time updates directly on you device, subscribe now.