ୱାଶିଂଟନ:ଫକ୍ସ ନ୍ୟୁଜର ପୂର୍ବତନ ଆଙ୍କର ଟକର କାର୍ଲସନଙ୍କ ସହ ସାକ୍ଷାତକାର ସମୟରେ ଜଣେ ବ୍ୟକ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକା ଓବାମାଙ୍କୁ ନେଇ ଏବ ବଡ ଦାବୀ କରିଛନ୍ତି । ଲାରୀ ସିନକ୍ଲେୟାର ନାମକ ଏହି ବ୍ୟକ୍ତି କହିଛନ୍ତି ବାରାକ ଓବାମା ତାଙ୍କ ସହ ଯୌନ ସମ୍ବନ୍ଧ ରଖିଥିଲେ । ସେ ଆହୁରି କହିଛନ୍ତି ସମ୍ବନ୍ଧ ରଖିବା ପୂର୍ବରୁ ବାରାକ ଓବାମା ସିଗାରେଟ୍ ପିଇଥାନ୍ତି । ଏହା ବ୍ୟତିତ ସେ ଡ୍ରଗ୍ସ ଅଭ୍ୟସ୍ତ ବି ଥିଲେ ।
ଲାରୀ ୨୦୦୮ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବି ଏପରି ଦାବୀ କରିଥିଲେ । ଟକର କାର୍ଲସନ ନିଜର ଏହି ସାକ୍ଷାତକାରର ଏକ କ୍ଲିପ୍ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି । ଏଥିରେ ଲାରୀ ଏପରି କିଛି ଦାବୀ କରୁଥିବାର ନଜର ଆସୁଛି ।
କାର୍ଲସନ କହିଛନ୍ତି, ୨୦୦୮ରେ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ, ଓବାମା ପୁରୁଷଙ୍କ ସହ ଯୌନ ସମ୍ବନ୍ଧ ରଖିଥାନ୍ତି ଓ ସିଗାରେଟ୍ ପିଇଥାନ୍ତି । ଲାରୀ ନିଜର ଦାବୀକୁ ନେଇ ଏତେ ଦୃଢତାର ସହ ଉପସ୍ଥାପନ କରିଛନ୍ତି କି ସେ କହିଛନ୍ତି ତାଙ୍କର ଦାବୀକୁ ନେଇ ସେ ଏଫିଡେବିଟ୍ ଉପରେ ଦସ୍ତଖତ କରିବାକୁ ବି ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ଲାଏ ଡିଟେକ୍ସନ ଟେଷ୍ଟ କରାଗଲେ ବି ସେ ଦେବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ତାଙ୍କ ଦାବୀ ୧୦୦ ପ୍ରତିଶତ ସତ୍ୟତା ରହିଛି । ସେ ଆହୁରି କହିଛନ୍ତି ମୁଁ ବାରାକ ଓବାମାଙ୍କୁ କୋକେନ୍ କିଣିବା ଲାଗି ୨୫୦ ଡଲାର ଦେଇଥିଲି । ଓବାମା ଏକ ଛୋଟ ପାଇପରେ ଏହି କୋକେନ୍ ପିଇବା ଆରମ୍ଭ କରି ଦେଇଥିଲେ । ଏହାପରେ ସେ ମୋ ସହ ଶାରୀରିକ ସମ୍ବନ୍ଧ ରକ୍ଷା କରିଥିଲେ । କାର୍ଲସନ ଲାରୀଙ୍କ ଉଦାହରଣ ଦେଇ କହିଛନ୍ତି ଓବାମା ପୁରୁଷଙ୍କ ସହ ଯୌନ ସମ୍ବନ୍ଧ ରଖୁଥିଲେ ଓ କ୍ଲାସ ଏ ଡ୍ରଗ୍ସ ସେବନ କରୁଥିଲେ ।
ଲାରୀ କହିଛନ୍ତି ୧୯୯୯ରେ ଓବାମା ତାଙ୍କ ସହ ୨ ଥର ଯୌନ ସମ୍ବନ୍ଧ ରଖିଥିଲେ । ସେ ଆହୁରି କହିଛନ୍ତି ଓବାମାଙ୍କ ସହ ଏପରି ସଂପର୍କ ରଖିବାରେ ସେ ନା ପ୍ରଥମ ବ୍ୟକ୍ତି ଥିଲେ ନା ଶେଷ ବ୍ୟକ୍ତି । ଆହୁରି ବହୁ ପୁରୁଷଙ୍କ ସହ ଓବାମାଙ୍କର ସଂପର୍କ ଥିଲା ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆଙ୍କର କାର୍ଲସନ ମଧ୍ୟ ଏହି କଥା କହିଛନ୍ତି ଯେ, ଲାରୀ ବହୁ ସମୟରେ ଅଜବ ପ୍ରକାରର ବୟାନ ଦେଇଥାନ୍ତି । ତାଙ୍କ ଉପରେ ବହୁ ପ୍ରକାର ଧୋକାଦାରୀ ଓ ଭୁଲ୍ ବୟାନର ଅଭିଯୋଗ ବି ଲାଗିଛି ବୋଲି ସେ କହିଛନ୍ତି ।