fbpx

ପତି-ପତ୍ନୀଙ୍କ ମଧ୍ୟରେ ସମ୍ଭୋଗକୁ କୌଣସି ଦୃଷ୍ଟିରୁ ଅପ୍ରାକୃତିକ କୁହାଯାଇପାରିବ ନାହିଁ, କାହିଁକି ଏପରି କହିଲେ କୋର୍ଟ

ଭୋପାଳ: ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ବିଧାୟକଙ୍କ ଉପରେ ପତ୍ନୀଙ୍କ ପକ୍ଷରୁ ଲଗାଯାଇଥିବା ଅପ୍ରାକୃତିକ ଯୌନ ସମ୍ବନ୍ଧ ଅଭିଯୋଗକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଧାରା ୩୭୫ ଆଇପିସିକୁ ଦୃଷ୍ଟିରେ ରଖି ସ୍ୱାମୀଙ୍କ ଉପରେ ଧାରା ୩୭୭ ଜରିଆରେ ମୋକଦ୍ଦମା ରୁଜୁ କରାଯାଇ ପାରିବ ନାହିଁ । କୋର୍ଟ କହିଛନ୍ତି ପତି ପତ୍ନୀଙ୍କ ମଧ୍ୟରେ ପ୍ରାକୃତିକ ସମ୍ଭୋଗ ବ୍ୟତିରେକ କିଛି ଘଟିଲେ ଏହାକୁ ଆପ୍ରାକୃତିକ କୁହାଯାଇପାରିବ ନାହିଁ ।

ବିଚାରପତି ସଂଜୟ ଦ୍ୱିବେଦୀଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ବିଧାନସଭାର ଜଣେ ସଦସ୍ୟଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏଫଆଇଆରକୁ ରଦ୍ଦ କରିଦେବା ସହ ଏହି ଟିପ୍ପଣୀ ଦେଇଛନ୍ତି । ବିଧାୟକଙ୍କ ପତ୍ନୀ ଆଇପିସି ଧାରା ୩୭୭ ଜରିଆରେ ଅପ୍ରାକୃତିକ ଯୌନ ସମ୍ବନ୍ଧକୁ ନେଇ ଅଭିଯୋଗ ଲଗାଇଥିଲେ ।

କୋର୍ଟ କହିଛନ୍ତି, ପତି ପତ୍ନୀଙ୍କ ମଧ୍ୟରେ ସମ୍ଭୋଗ କ୍ଷେତ୍ରରେ ସହମତିର ଆବଶ୍ୟକତା ନାହିଁ । ଏଣୁ ଏପରି ମାମଲାରେ ଅପ୍ରାକୃତିକ ଅପରାଧ କେସ୍ ହୋଇପାରିବ ନାହିଁ । କୋର୍ଟ ଆହୁରି କହିଛନ୍ତି ପତି ପତ୍ନୀଙ୍କ ମଧ୍ୟରେ ସମ୍ଭୋଗ କେବଳ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ସୀମିତ କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.