fbpx

ଖାଇବା ଗରମ କଲାନି ଭାଉଜ, ରାଗରେ ଗୁଳି ଫୁଟାଇ ମାରିଦେଲା ଦିଅର

ଭୋପାଳ: ଖାଇବା ଗରମ କରି ନଦେବାରୁ ଭାଉଜକୁ ରାଗରେ ଗୁଳି କରି ଦେଲା ଦିଅର । ଖାଲି ସେତିକି ନୁହେଁ ଗୁଳି ମାରିବା ପରେ ନିଜେ ବି ଆତ୍ମହତ୍ୟା କରିଦେଇଛି ସଂପୃକ୍ତ ଦିଅର । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ । ଝିମିଟି ଖେଳରୁ ମହାଭାରତ ପରି ସାମାନ୍ୟ କଥାରୁ ଏତେ ବଡ଼ କାଣ୍ଡ ଘଟାଇଛି ଦିଅର । ଏହି ଘଟଣା ସାମନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ପୋଲିସ୍ ଦୁଇଟି ଯାକ ଶବରୁ ପୋଷ୍ଟମଟମ୍ ପାଇଁ ପଠାଇଛି ।

ସୂଚନା ଅନୁସାରେ, ଦେବାସ ଜିଲ୍ଲାର ଗୋପାଳପୁରା ଠାରେ ସନ୍ଦୀପ ନାମକ ଜଣେ ବ୍ୟକ୍ତିଙ୍କ ଭାଇ ନିଜର ଭାଉଜଙ୍କ ସହିତ ଖାଦ୍ୟ ଗରମକୁ ନେଇ ବିବାଦ ହୋଇଗଲା । ତେବେ ସନ୍ଦୀପଙ୍କ ସ୍ତ୍ରୀ ଅର୍ଥାତ୍ ସଂପୃକ୍ତ ଭାଉଜ ପେଶାରେ ଜଣେ ଡାକ୍ତର । ସେ ନିଜର ଦିଅରଙ୍କୁ ଖାଇବା ଗରମ କରି ଦେବା ପରିବର୍ତ୍ତେ ନିଜର କ୍ଲିନିକ୍ କୁ ଚାଲିଯାଇଥିଲେ ।

ଏହାର କିଛି ସମୟ ପରେ ଦିଅର ନିଜ ଭାଉଜଙ୍କ କ୍ଲିନିକ୍ ରେ ପହଞ୍ଚି ସେଠାରେ ଗୁଳି କରିଦେଇଥିଲେ । ଭାଉଜଙ୍କୁ ଗୁଳି ମାରିବା ପରେ ସେ ନିଜ ଭାଇକୁ ଫୋନ୍ କରି ଏ ବିଷୟରେ କହିଥିଲା ଓ ସେହି ବନ୍ଧୁକରେ ନିଜେ ନିଜକୁ ଗଳି କରିଦେଇଥିଲା । ଏହାପରେ ଦୁହିଁଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

Get real time updates directly on you device, subscribe now.