ଖଣି ମାଲିକଙ୍କୁ ଆକ୍ରମଣ, ଗାଡ଼ି କାଚ ଭାଙ୍ଗି ମାଫିଆ ଫେରାର

ଆନନ୍ଦପୁର: ଆନନ୍ଦପୁର ଖଣି ଅଧିକାରୀଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାଡ ଉପରେ ମାଫିଆ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ଆହତ ହୋଇଥିବା ବେଳେ ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କ ମୁଣ୍ଡ ଫାଟିଥିଲା ।

ସୂଚନାରୁ ପ୍ରକାଶ ଘଷିପୁରା ଥାନା ସୁଡ଼ୁସୁଡ଼ିଆ ଛକ ନିକଟରେ ଅଟକାଇ ୬ରୁ ଅଧିକ ମାଫିଆ ଆକ୍ରମଣ କରିଥିଲେ । ଲୁହା ପାଇବରେ ବୋଲେରୋ ଗାଡ଼ି କାଚ ଭାଙ୍ଗି ଫେରାର ହୋଇଯାଇଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।