୬୦ ବର୍ଷ ପରେ ଏଥର ମହାଶିବରାତ୍ରୀରେ ହେଉଛି ବିରଳ ଯୋଗ, ୩ ରାଶିଙ୍କ ବଦଳିବ ଭାଗ୍ୟ

ଓଡ଼ିଶା ଭାସ୍କର: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ୨୦୨୫ ଫେବ୍ରୁଆରି ୨୬ ରେ ମହାଶିବରାତ୍ରୀ ପର୍ବ ପାଳନ କରାଯିବ। ପୌରାଣିକ ବିଶ୍ୱାସ ରହିଛି ଯେ ଏହି ଦିନ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ହୋଇଥିଲା।

ବୈଦିକ ଜ୍ୟୋତିଷ ଶାସ୍ତ୍ରର ହିସାବ ଅନୁଯାୟୀ ଏହି ମହାଶିବରାତ୍ରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବିରଳ ସଂଯୋଗ ହେବାକୁ ଯାଉଛି। ପ୍ରାୟ ୬୦ ବର୍ଷ ପରେ ଏଥର ମହାଶିବରାତ୍ରୀରେ ଧନିଷ୍ଠ ନକ୍ଷତ୍ର, ପାରିଘ ଯୋଗ, ଶକୁନି କରଣ ଓ ମକର ରାଶିରେ ଚନ୍ଦ୍ରଙ୍କ ଉପସ୍ଥିତି ଦେଖିବାକୁ ମିଳିବ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ବିରଳ ମିଶ୍ରଣ ତିନି ଟି ରାଶି ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ଆସନ୍ତୁ ଜାଣିବା ମହାଶିବରାତ୍ରୀରେ ହେଉଥିବା ବିରଳ ମିଳନ ଦ୍ୱାରା କେଉଁ ତିନୋଟି ରାଶିକୁ ଫାଇଦା ମିଳିବ।

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଶିବରାତ୍ରୀରେ ହେଉଥିବା ବିରଳ ସଂଯୋଗ ମେଷ ରାଶି ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ, ଯାହା ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏକ ସୁବର୍ଣ୍ଣ ସମୟର ଶୁଭାରମ୍ଭ ହୋଇଥାଏ।

ଏହି ସମୟ ମଧ୍ୟରେ ପ୍ରତ୍ୟେକ ଇଚ୍ଛା ପୂରଣ ହେବ। ଧନ ପ୍ରାପ୍ତିରେ ବୃଦ୍ଧି ଘଟିବ ଓ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବଜାୟ ରହିବ। ଏହାବ୍ୟତୀତ ମନଇଚ୍ଛା ଚାକିରି ପାଇଁ ଅଫର ଆସିପାରେ। ପଦ ଓ ପ୍ରତିଷ୍ଠା ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କ କାମ ପାଇଁ ଆପଣଙ୍କୁ ବହୁତ ପ୍ରଶଂସା ମିଳିବ।

ମିଥୁନ: ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରୀ ମଧ୍ୟ ଭାଗ୍ୟଶାଳୀ ଅଟେ। ଏହି ଦିନଠାରୁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଆର୍ଥିକ କ୍ଷେତ୍ରରେ ବଡ଼ ସଫଳତା ମିଳିବ।

ସମ୍ପର୍କରେ ମଧୁରତା ଆସିବ। ଏହି ସମୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଚାକିରି କରୁଥିବା ବ୍ୟକ୍ତିଙ୍କ ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଆର୍ଥିକ ଲାଭ ପାଇଁ ଅନେକ ସୁଯୋଗ ମିଳିବ।

ପରିବାରରେ ପିତାମାତାଙ୍କ ସହଯୋଗ ପାଇବେ। ଆର୍ଥିକ ସଙ୍କଟରୁ ମୁକ୍ତି ମିଳିପାରେ। ମାନସିକ ସ୍ତରରେ ଖୁସି ରହିବେ।

ସିଂହ: ମହାଶିବରାତ୍ରୀରେ ସିଂହ ରାଶିର ଲୋକଙ୍କ ଜୀବନରେ ସୁଖ ଶାନ୍ତି ଆସିବ। ଏହି ସମୟରେ ଯେଉଁମାନେ ବ୍ୟବସାୟରେ ନିୟୋଜିତ ଅଛନ୍ତି ସେମାନେ ନିବେଶ କଲେ ବିଶେଷ ଲାଭ ପାଇବେ।

ବ୍ୟବସାୟରେ ପୁଞ୍ଜି ନିବେଶ କଲେ ଏହି ସମୟ ମଧ୍ୟରେ ଦୁଇଗୁଣା ଲାଭ ମିଳିପାରିବ। ସ୍ୱାସ୍ଥ୍ୟ ଭଲ ରହିବ। ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦରୁ ମୁକ୍ତି ମିଳିପାରେ।

ଅଟକି ରହିଥିବା କିମ୍ବା ବିଳମ୍ବିତ ଟଙ୍କା ମଧ୍ୟ ମିଳିପାରେ। ବ୍ୟବସାୟରେ ଆର୍ଥିକ ସମ୍ପ୍ରସାରଣ ହେବ। ଜମିଜମା ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଚୁର ସଫଳତା ମିଳିବ।