fbpx

ଧାରଣାରେ ବସିଥିଲେ ଦ୍ରୌପଦୀ, ଉଠାଇନେଲା ପୋଲିସ

କୋଲକାତା: ଦ୍ରୌପଦୀ ଗିରଫ । ବିଆର ଚୋପ୍ରାଙ୍କ ଟିଭି ସିରିଏଲରେ ଦ୍ରୌପଦୀ ଭୂମିକାରେ ଅଭିନୟ କରି ଚର୍ଚ୍ଚା ସାଉଁଟିଥିବା ବିଜେପି ନେତ୍ରୀ ରୁପା ଗାଙ୍ଗୁଲି ଗିରଫ । ସ୍ଥାନୀୟ ମହିଳା ବିଜେପି ନେତା ରୁବି ଦାସଙ୍କୁ ପୋଲିସ ଗିରଫ କରିଥିବାରୁ, ରୁବିଙ୍କ ମୁକ୍ତି ଦାବିରେ ରୁପା ଗାଙ୍ଗୁଲି ବସିଥିଲେ । ଗୁରୁବାର ପୂର୍ବହ୍ନରେ ପୋଲିସ ତାଙ୍କୁ ଗିରଫ କରିଛି । ସାରା ରାତି ସେ ଥାନା ଆଗରେ ଧାରଣା ଦେଉଥିଲେ ।

ପଶ୍ଚିମ ବଙ୍ଗରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ରାସ୍ତା କାମ ହେଉଥିଲା । ନଗର ନିଗମ କର୍ମଚାରୀ କାମରେ ନିେୟୋଜିତ ଥିଲେ । ରାସ୍ତା କାମରେ ବ୍ୟବହାର ହେଉଥିବା ଗାଡି ଚାପିଦେବାରୁ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ବିଜେପି ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ କରିବାକୁ ଅଡିବସିଥିଲେ । ଯାହାକୁ ନେଇ ପୋଲିସ ସେମାନଙ୍କୁ ଗିରଫ କରିନେଇଥିଲା ।

ଏହି ଖବର ପାଇବା ପରେ ରୁପା ଗାଙ୍ଗୁଲି ସେଠାରେ ପହଞ୍ଚି ବିଜେପି କର୍ମୀଙ୍କୁ ଛାଡିବା ଦାବିରେ ଧାରଣାରେ ବସିଥିଲେ । ଗାଙ୍ଗୁଲି କହିଥିଲେ, ବିଜେପି ନେତା ଓ ତାଙ୍କ କର୍ମୀ ଶାନ୍ତିପୂର୍ଣ୍ଣ ବିରୋଧ କରୁଥିଲେ । ସେହି ସମୟରେ ସ୍ଥାନୀୟ ଟିଏମସି କର୍ମୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ । ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ବିଜେପି ନେତା ଓ କର୍ମୀଙ୍କୁ ଗିରଫ କରିଛି ।

ଗିରଫଦାରୀ ପରେ ଗାଙ୍ଗୁଲି ଅଭିଯୋଗ କରିଛନ୍ତି କି, ପୋଲିସ ତାଙ୍କୁ ତାଙ୍କ ବ୍ୟାଗ ନେବାକୁ ବି ମନା କରିଥିଲା । ହେଲେ ପୋଲିସ କହିଛି, ଗାଙ୍ଗୁଲି ପୋଲିସ କାମରେ ବାଧା ଉପୁଜେଇବା ଅଭିଯୋଗରେ ଗିରଫ କରିଛି ।

 

Get real time updates directly on you device, subscribe now.