ରାତି ୧୦ଟାରେ ଉଠିବ ମହାଦୀପ, ଜାଗର ପାଇଁ ଶ୍ରୀଲିଙ୍ଗରାଜଙ୍କ ପ୍ରସ୍ତୁତି ବୈଠକ

ଏଥର ଜାଗରରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ଚଳିତ ବର୍ଷ ଜାଗର ପର୍ବ ୨୪ ତାରିଖ ପାଳନ କରାଯିବ। ଏ ନେଇ ଶ୍ରୀଲିଙ୍ଗରାଜଙ୍କ ପ୍ରସ୍ତୁତି ବୈଠକ ବସିଥିଲା। ରାତି ୧୦ଟାରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି।

ଦର୍ଶନ ଓ ଦୀପଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ। ଏଥିସହ ସୁରକ୍ଷା ଓ ସୁପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ। ୩୫ଟି ପ୍ଲାଟୁନ ପୋଲିସ ଏଥିପାଇଁ ସଜାଗ ରହିବେ। ୨୦୦ରୁ ଅଧିକ ଅଧିକାରୀ ଏଥିରେ ନିୟୋଜିତ ରହିବେ।

ଜାଗରରେ ଭକ୍ତଙ୍କ ଗହଳି ପାଇଁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଏହିଦିନ ନୀତିକାନ୍ତି ସୁଚାରୁରୂପେ ସାରିବାକୁ ନିଷ୍ପତ୍ତି ନିଆଯାଇଛି। ଲିଙ୍ଗରାଜରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାଗର ଦିନ ଭକ୍ତଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି।