fbpx

ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ମହାଦେବ : ଭିନ୍ନ ଭିନ୍ନ ନାରା ଦେଇ ଯାତ୍ରା କରୁଛନ୍ତି ଶ୍ରଦ୍ଧାଳୁ

ଜାମ୍ମୁ କାଶ୍ମୀର : ଆଜିଠାରୁ ଆରମ୍ଭ ହେବ କେଦାରନାଥ ଯାତ୍ରା । ବରଫ ଗୁମ୍ଫା ଭିତରେ ରହି ଦିବ୍ୟ ଦର୍ଶନ ଦେବେ ମହାଦେବ । ପ୍ରାତଃ ସମୟରୁ ବରଫର ଲିଙ୍ଗ ଦର୍ଶନ କରିବା ପାଇଁ ବିଭିନ୍ନ ବେସ୍ କ୍ୟାମ୍ପରେ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ବୋଲ ବମ୍‌, ହର ହର ବମ୍ ନାରା ଦେଇ କେଦାରନାଥ ପୀଠକୁ ଯାତ୍ରା କରୁଛନ୍ତି ଶ୍ରଦ୍ଧାଳୁ ।

ଜୁଲାଇ ୧ରୁ ଅଗଷ୍ଟ ୩୧ଯାଏଁ ଚାଲିବ ଅମରନାଥ ଯାତ୍ରା । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଜାମ୍ମୁରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହର ସାରା ସୁରକ୍ଷାକର୍ମୀମାନେ ଅସ୍ଥାୟୀ କ୍ୟାମ୍ପ କରି ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖିଛନ୍ତି । ଡ୍ରୋନ, ଡଗ୍ ଓ ବମ୍ ସ୍କ୍ୱାଡ଼ ଯୋଗେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ସୁଗମ ଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ସେନା ଓ ଜିଲ୍ଲା ପ୍ରଶାସନର କ୍ୟାମ୍ପ କରାଯାଇଛି ।

ଅମରନାଥ ଯାତ୍ରୀଙ୍କ ପାଇଁ ତତ୍କାଳ ରେଜିଷ୍ଟ୍ରେସନ ବ୍ୟବସ୍ଥା କରିଛି ପ୍ରଶାସନ । ବୈଷ୍ଣବୀ ଧାମ, ମହାଜନ ସଭା, ପଞ୍ଚାୟତ ଘର, ଗୀତା ଭବନ ଓ ରାମ ମନ୍ଦିରରେ ସାଧୁସନ୍ଥଙ୍କ ତତ୍କାଳ ରେଜିଷ୍ଟ୍ରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଅମରନାଥ ଯାତ୍ରୀଙ୍କୁ ରାସ୍ତାରେ ଖାଦ୍ୟ, ପାନୀୟ, ଶୀତବସ୍ତ୍ର ଆଦି ସାହାଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.