କଟକ(ଭାସ୍କର ନ୍ୟୁଜ୍):ପୁଣି ଘଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୫ ତାରିଖରେ ହେବ । ବିଚାରପତି ଏ.ଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଶନିବାର ମହାନଦୀ ବିବାଦ ମାମଲା ଶୁଣାଣି ହୋଇଛି । ଓଡ଼ିଶା ଛତିଶଗଡ଼କୁ ଟ୍ରିବୁନାଲର ନିର୍ଦ୍ଦେଶ ଦେଇଛନ୍ତି ଯେ, ଦୁଇ ପକ୍ଷ ଦେଇଥିବା ଇସ୍ୟୁ ଗୁଡ଼ିକର ଦସ୍ତାବିଜ ମଧ୍ୟରୁ କେଉଁଟି ଗ୍ରହଣ କରୁଛନ୍ତି ଏବଂ କେଉଁ ଗୁଡ଼ିକୁ ଗ୍ରହଣ କରୁନାହାଁନ୍ତି ସେ ଦସ୍ତାବିଜର ଫାଇନାଲ କପି ଟ୍ରିବ୍ୟୁନାଲ ନିକଟରେ ଦାଖଲ କରିବାକୁ କୁହାଯାଇଛି । ଏହାସହ ମାମଲାରେ ଥିବା ସାକ୍ଷୀ ମାନଙ୍କର ତାଲିକା ଦାଖଲ କରିବାକୁ କୁହାଯାଇଛି ।