Breaking: ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଲା ଅମୃତ ଅନ୍ନ, ଗୋବିନ୍ଦ ଭୋଗ ଓ ଝିଲ୍ଲୀର ହେବ ବ୍ୟବହାର

ପୁରୀ: ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଲା ଜୈବିକକ ଚାଳଉରେ ପ୍ରସ୍ତୁତ ଅନ୍ନ । ମହାପ୍ରଭୁଙ୍କଠାରେ ଲାଗି ହେଲା ଅମୃତ ଅନ୍ନ ।

ମଧ୍ୟାହ୍ନ ଧୂପରେ ମହାପ୍ରଭୁଙ୍କ ନିକଟରେ ଅମୃତ ଅନ୍ନ ଲାଗି ହୋଇଛି । ୫ ପ୍ରକାର ଜୈବିକ ଚାଉଳରେ ଅନ୍ନ ପ୍ରସ୍ତୁତ ହୋଇଥିବା କହିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଗୋବିନ୍ଦ ଭୋଗ ଚାଉଳ ଓ ଝିଲ୍ଲୀ ଚାଉଳ କୋଠଭୋଗରେ ହେବ ବ୍ୟବହୃତ ।

ଜୈବିକ ଚାଉଳରେ ଅବଢ଼ା ପ୍ରସ୍ତୁତି ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିନା ସାରରେ ଉତ୍ପାଦିତ ଧାନରୁ ଚାଉଳ ବାହାର କରି ମହାପ୍ରଭୁଙ୍କ ଅବଢ଼ାରେ ବ୍ୟବହାର ଥିଲା ସରକାରଙ୍କ ଉଦ୍ଦେଶ୍ୟ ।