ନୂଆଦିଲ୍ଲୀ: ଝାଡଖଣ୍ଡରେ ଗଣତି ଆରମ୍ଭ ହୋଇଛି । 288 ଆସନ ପାଇଁ ଏନଡିଏ ଏବଂ କଂଗ୍ରେସ ମଧ୍ୟରେ ଟକ୍କର ଚାଲିଛି । ବିଜୟ ଅଭିମୁଖେ ମହାୟୁତି । ବିଜେପି ନେତୃତ୍ବାଧୀନ ମହାୟୁତି 288 ଆସନରୁ 220ଟିରେ ଆଗୁଆ ରହିଛି । ଜାରି ରହିଥିବା ଟ୍ରେଣ୍ଡ ଅନୁସାରେ, ମହା ବିକାଶ ଅଘାଡିକୁ ବହୁ ପଛରେ ପକାଇଛି ମହାୟୁତି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା କାଉଟିଂରେ କେବଳ ବିଜେପି ୨୨.୩୯ ପ୍ରତିଶତ ଭୋଟ ପାଇବାରେ ସଫଳ ହୋଇଛି ।
ତେବେ ଗଣତି ଆରମ୍ଭ ହେବା ସମୟରେ ମହା ବିକାଶ ଅଗାଡି ମହାୟୁତି ସହିତ କଡା ଟକ୍କର ଦେଉଥିଲା । ଏହାପରେ ସମୟ ଅନୁସାରେ ଭୋଟ ଗଣତି ବଢିବା ପରେ ମହୁ ପଛକୁ ଆସିଥିଲା ମହାବିକାଶ ଅଗାଡି । ପ୍ରକାଶଥାଉକି, ବିଜେପି ନେତୃତ୍ୱରେ ଶିବସେନା (ସିନ୍ଧେ ଗୋଷ୍ଠୀ), ଏନସିପି (ଅଜିତ୍ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାୟୁତି । ସେହିପରି କଂଗ୍ରେସ ନେତୃତ୍ୱରେ ଶିବସେନା (ଉଦ୍ଧବ ଗୋଷ୍ଠୀ), ଏନସିପି (ଶରଦ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାବିକାଶ ଅଘାଡି ମେଣ୍ଟ ହୋଇଛି । ମହାୟୁତି ସପକ୍ଷରେ ଟ୍ରେଣ୍ଡି ରହିଥିବା ବେଳେ ଏହାକୁ ନେଇ ସଞ୍ଜୟ ରାଉତଙ୍କର ହୋସ୍ ଉଡିଯାଇଛି । ଏନେଇ ଶିବସେନା ସେନା ସଞ୍ଜୟ ରାଉତ କହିଛନ୍ତି, ଏହା ମହାରାଷ୍ଟ୍ର ଜନତାଙ୍କର ନିର୍ଣ୍ଣୟ ହୋଇନପାରେ । ମୁଁ ଜାଣିଛି ମାହାରାଷ୍ଚ୍ରବାସୀ କଣ ଚାହୁଁଛନ୍ତି । ଅନ୍ୟପଟେ ମହାୟୁତି ଭୋଟ ସପକ୍ଷରେ ରହିଥିବାରୁ ସେଲିବ୍ରେସନ ମଧ୍ୟ ଆରମ୍ଭ ହୋଇଥିବା ଦେଖାଯାଇଛି ।