fbpx

ଦେଶର ଏହି ରାଜ୍ୟ ଗାଈକୁ ଘୋଷଣା କଲା ରାଜ୍ୟମାତା, ସରକାର ଜାରି କଲେ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶ ଜାରି କରି ଗାଈକୁ ରାଜ୍ୟମାତା ଭାବେ ଘୋଷଣା କରିଛନ୍ତି। ନିର୍ଦ୍ଦେଶରେ ଲେଖାଯାଇଛି ଯେ, ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ଯେ, ଗାଈର ଭାରତୀୟ ସଂସ୍କୃତି, ବୈଦିକ ସମୟ ସହ ମହତ୍ତ୍ୱ ରହିଛି। ଦେଶୀ ଗାଈର କ୍ଷୀର ଖାଦ୍ୟ ପାଇଁ ଉପଯୁକ୍ତ। ଆୟୁର୍ବେଦ ଚିକିତ୍ସା ପଦ୍ଧତି, ପଂଚାଗବ୍ୟ ଉପଚାର ପଦ୍ଧତି, ଏପରି ଗୋମୂତ୍ର ଜୈବିକ ଛାଷ ଗଛ ପାଇଁ ଗୁରୁତ୍ୱକୁ ଦେଖି ଗାଈକୁ ଏବେଠାରୁ ରାଜ୍ୟମାତା ଘୋଷଣା କରାଯାଉଛି।

ଭାରତରେ ଗାଈକୁ ମାଆ ଭାବେ ଅଭିହିତ କରାଯାଇଛି ଏବଂ ହିନ୍ଦୁ ଧର୍ମରେ ଏହାକୁ ପୂଜା ମଧ୍ୟ କରାଯାଇଥାଏ। ଏହା ବ୍ୟତୀତ ତାର କ୍ଷୀର, ମୁତ୍ର ଏବଂ ଗୋବରକୁ ପବିତ୍ର ବୋଲି କୁହାଯାଇଥାଏ ଏବଂ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ଗାଈର କ୍ଷୀର ମାନବ ଶରୀର ପାଇଁ ଅଧିକ ଲାଭଦାୟକ, ସେହିପରି ଗୋମୂତ୍ରରୁ ଅନେକ ରୋଗକୁ ଠିକ କରିବାର ଦାବି କରାଯାଇଥାଏ।

ଅୟୁର୍ବେଦ ଅନୁଯାୟୀ, ଶିଶୁଙ୍କୁ ଗାଈ କ୍ଷୀର ପିଆଇବା ଦ୍ୱାରା ସେମାନଙ୍କର ବିକାଶ ହୋଇଥାଏ ଏବଂ ଶିଶୁ ଶାନ୍ତ ପ୍ରବୃତିର ହୋଇଥାଆନ୍ତି। ହିନ୍ଦୁ ଧର୍ମ ଅନୁଯାୟୀ, ଗାଈ ମଧ୍ୟରେ ଦେବା-ଦେବୀ ବାସ କରିଥାଆନ୍ତି। ପ୍ରାଚୀନ ଇତିହାସରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗାଈର ସେବା କରିଥିଲେ। ଅନେକ ସମୟରୁ ଗାଈକୁ ଜାତୀୟମାତା ଘୋଷଣା କରିବା ପାଇଁ ଆନ୍ଦୋଳନ ଚାଲିଛି।

 

Get real time updates directly on you device, subscribe now.