ବିବାଦ ବଢ଼ିବା ପରେ କ୍ଷମା ମାଗିଲେ ମହରାଷ୍ଟ୍ର ରାଜ୍ୟପାଳ, କହିଲେ …

ମୁମ୍ବାଇ: ଦେଇଥିବା ବୟାନକୁ ନେଇ ବଢ଼ୁଥିବା ବିବାଦକୁ ଦେଖି ମହାରାଷ୍ଟ୍ର ରାଜ୍ୟପାଳ ଏବେ ମୁମ୍ବାଇ ଜନତାଙ୍କୁ କ୍ଷମା ମାଗିଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶାୟରୀ ସୋମବରା ଏକ କ୍ଷମାପତ୍ର ଜାରି କରି ରାଜ୍ୟର ଜନତାଙ୍କୁ କ୍ଷମା ମାଗିଛନ୍ତି । ଏହି କ୍ଷମାପତ୍ର ପୂର୍ବରୁ ସେ କହିଥିଲେ ଯେ ତାଙ୍କ ବୟାନର ଭୁଲ୍ ଅର୍ଥ ବାହାର କରାଯାଉଛି । ଏହି ବିବାଦ ଅଧିକ ବଢ଼ିବାରେ ଲାଗିଥିଲା ଆଉ ରାଜ୍ୟରେ ବିରୋଧୀ ଆନ୍ଦୋଳନ କରିବା ଆରମ୍ଭ କରିଥିଲେ, ଏମିତିକି ବିଜେପି  ଏବଂ ସିନ୍ଦେ ଗୋଷ୍ଠୀ ମଧ୍ୟ ରାଜ୍ୟପାଳଙ୍କ ବୟାନରୁ ନିଜକୁ ଅଲଗା କରିଦେଇଥିଲେ, ଆଉ ଆଜି ରାଜ୍ୟପାଳ କ୍ଷମା ମାଗିଛନ୍ତି ।

ରାଜ୍ୟପାଳ କ୍ଷମାପତ୍ରରେ କହିଛନ୍ତି ଯେ “ମୋ ଦ୍ୱାରା ଭୁଲ୍ ହୋଇଯାଇଛି । ସମାଜର କିଛି ବର୍ଗଙ୍କ ଯୋଗଦାନର ଚର୍ଚ୍ଚା କରିବାରେ ମୋର ଭୁଲ୍ ହୋଇଯାଇଛି । ଦେଶର ବିକାଶରେ ସମସ୍ତଙ୍କର ଯୋଗଦାନ ରହିଛି । ମତେ ପୂର୍ବ ତିନି ବର୍ଷରେ ମହରାଷ୍ଟ୍ରରେ ବହୁତ ସମ୍ମାନ ମିଳିଛି ।’

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ରାଜ୍ୟପାଳ କହିଥିଲେ ଯେ ମୁମ୍ବାଇକୁ ଆର୍ଥିକ ରାଜଧାନୀ ରାଜସ୍ଥାନୀ ଏବଂ ଗୁଜରାତୀମାନେ ମିଶି ତିଆରି କରିଥିଲେ । ଯଦି ଏମାନେ ମୁମ୍ବାଇର ପଳାଇବେ ତା’ହେଲେ ଟଙ୍କା ବଳିବ ନାହିଁ । ଆଉ ମହାରାଷ୍ଟ୍ରରେ କ’ଣ ରହିବ? ଆଉ ରାଜ୍ୟପାଳଙ୍କ ଏପରି ମନ୍ତବ୍ୟ ପରେ ରାଜ୍ୟରେ ଆରମ୍ଭ ହୋଇଯାଇଥିଲା ରାଜନୀତିକ ସମାଲୋଚନା । ବିରୋଧୀ ଏହାକୁ ମୁଦ୍ଧା କରି ଆନ୍ଦୋଳନ କରିଥିଲେ ।