fbpx

ବିଜେପି ବିଧାୟକଙ୍କ ଗୁଳିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲହାସନଗରର ଏକ ପୋଲିସ ଷ୍ଟେସନରେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)ର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ବିଜେପି ବିଧାୟକ ଗଣପତ ଗାଇକୱାଡଙ୍କ ବିରୋଧରେ। ଏହାପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପରେ ମୁଖ୍ୟ ବିରୋଧୀ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ରାଜ୍ୟର ଶାସକ ମେଣ୍ଟ ଉପରେ ଜଙ୍ଗଲରାଜକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଆଣିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ମହେଶ ଗାଇକୱାଡଙ୍କୁ ଉଲ୍ହାସନଗରର ହିଲ୍ ଲାଇନ୍ ଥାନାରେ ୩ଟି ଗୁଳି ଲାଗିଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ରାହୁଲ ପାଟିଲ ମଧ୍ୟ ଦୁଇଟି ଗୁଳିରେ ଆହତ ହୋଇଛନ୍ତି। ତେବେ ସେମାନେ ବିପଦମୁକ୍ତ ଥିବା କୁହାଯାଉଛି। ଏହି ଘଟଣା ପରେ କଲ୍ୟାଣ ପୂର୍ବର ବିଜେପି ବିଧାୟକ ଗଣପତ ଗାଇକୱାଡଙ୍କୁ ପୋଲିସ ହେପାଜତକୁ ନିଆଯାଇଥିଲା ।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ସୂଚନା ମିଳିଛି। ମହେଶ ଗାଇକୱାଡ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା କଲ୍ୟାଣରୁ ଲୋକସଭା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ଘନିଷ୍ଠ ବୋଲି କୁହାଯାଉଛି। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି, ଯାହାର ମୁକାବିଲା ପାଇଁ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

Get real time updates directly on you device, subscribe now.