ବିଅର କ୍ୟାନ୍‌ରେ ମହାତ୍ମା ଗାନ୍ଧୀଙ୍କ ଫଟୋ..ସୋସିଆଲ ମିଡିଆରେ ତାତିଲେ ଲୋକେ, ମୋଦୀଙ୍କୁ ହସ୍ତକ୍ଷେପ କରିବାକୁ ନିବେଦନ

ନୂଆଦିଲ୍ଲୀ: ଯେଉଁ ଗାନ୍ଧିଜୀଙ୍କୁ ନିଶାମୁକ୍ତ ଅଭିଯାନର କର୍ଣ୍ଣଧାରା କୁହାଯାଉଥିଲା ସେହି ବାପୁଙ୍କର ଫଟୋ ବିଅର ବୋତଲରେ ରହିଛି । ଋଷିଆର ଏକ ବିୟର ବ୍ରାଣ୍ଡ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ, ସ୍ବାକ୍ଷର ରହିଥିବା ଦେଖାଯାଇଛି ।

ଏହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାକୁ ସୋସିଆଲ ମିଡିଆରେ ନିନ୍ଦା ଏବଂ ବିରୋଧ କରାଯାଉଥିବା ମଧ୍ୟ ଦେଖାଯାଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ନାତି ସୁପର୍ଣ୍ଣ ଶତପଥି ଏକ୍ସରେ ସେୟାର କରିଛନ୍ତି । ତେବେ ସେ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ କରି ଋଷ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ଅନୁରୋଧ କରିଛନ୍ତି ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଇସ୍ରାଇଲ ମଧ୍ୟ ପୂର୍ବରୁ ମଦ କ୍ୟାନରେ ବାପୁଙ୍କର ଫଟୋ ରଖିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧ ସୃଷ୍ଟି ହୋଇଥିଲା । ପରେ ମଦ କମ୍ପାନୀ କ୍ଷମା ପ୍ରାର୍ଥନା କରିଥିଲେ ।

ଅନ୍ୟପଟେ ଆମେରିକାରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ତେବେ ମହାତ୍ମା ଗାନ୍ଧୀଙ୍କୁ ନେଇ ଏଭଳି ଅସମ୍ମାନ ବର୍ତ୍ତମାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସ୍ବୀକାରଯୋଗ୍ୟ ନୁହେଁ  ଭାରତର ଅପମାନ ବୋଲି କୁହାଯାଇଛି ।