fbpx

ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ମାଡ଼ ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଓ ସହଯୋଗୀମାନଙ୍କୁ ଅଟକ ରଖିଛି ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର । ବିଞ୍ଝାରପୁର ଥାନାରେ ପୋଲିସ ଆଇଜି ଏସପିଙ୍କ ସହ ଆଲୋଚନା କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି । ଆଉ କେତେଜଣ ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ଯାଞ୍ଚ ଚାଲିଛି ଏବଂ ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ।

ସୂଚନାଯୋଗ୍ୟ, ରବିବାର ତୃତୀୟ ପର୍ଯ୍ୟାୟ ଭୋଟ ସମୟରେ ଯାଜପୁର ବିଞ୍ଝାରପୁରର ବିଛୋଳ ପଞ୍ଚାୟତର ୨ ନମ୍ବର ୱାର୍ଡରେ ପଞ୍ଚାୟତ ନିର୍ବାଚନକୁ ନେଇ ଖବର ସଂଗ୍ରହ କରୁଥିବାବେଳେ ୩ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୁତ୍ତ । ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । ଏହି ପ୍ରସଙ୍ଗରେ ନିର୍ବାଚନ କମିଶନକୁ ମଧ୍ୟ ଭେଟିଛନ୍ତି ସାମ୍ବାଦିକମାନେ । ସେପଟେ ନିର୍ବାଚନ କମିଶନ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.