ହଠାତ୍ ବଦଳିଗଲା ପାଗ, ତାଣ୍ଡବ ରଚିଲା କାଳବୈଶାଖୀ, ଚାଲିଗଲା ଜଣଙ୍କ ଜୀବନ
ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ତାଣ୍ଡବରେ କାନ୍ଥ ଭୁଶୁଡ଼ି ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଆଉ ଜଣେ ଗୁରୁତର।
ନୂଆଦିଲ୍ଲୀ: ରାଜଧାନୀରେ କାଳବୈଶାଖୀ ତାଣ୍ଡବ। ହଠାତ୍ ବଦଳିଗଲା ପାଗ। ଆକାଶରେ ଘୋଟିଆସିଲା କଳାହାଣ୍ଡିଆ ମେଘ। ଆଉ ସୁ ସୁ ଗର୍ଜନ କରି ମାଡି ଆସିଲା ପବନ। ଆଖି ପିଛୁଳାକେ ସବୁ କିଛି ଛାରଖାର କରିଦେଲା।
କାଳବୈଶାଖୀ ପ୍ରଭାବରେ ପ୍ରବଳ ଧୂଳିଝଡ଼ରେ ବିମାନସେବା ହେଲା ପ୍ରଭାବିତ। ପବନରେ ଭାଙ୍ଗିଲା ହୋର୍ଡିଂ, ସହରରେ ଯାତାୟତ ହେଲା ଠପ୍। ସାଙ୍ଗେ ସାଙ୍ଗେ ପାଣିପାଗରେ ହେଲା ପରିବର୍ତ୍ତନ। ଖରାରୁ ପାଗ ବଦଳି ମୂଷଳ ଧାରାରେ ବର୍ଷା।
ହଁ ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି କାଳବୈଶାଖୀ। ଆଉ ବର୍ଷା ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଧୂଳି ଝଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ଫଳରେ କେହି ରାସ୍ତାରେ ଯାତାୟତ କରିପାରିନଥିଲେ।
ଏକପ୍ରକାର କହିବାକୁ ଗଲେ ଯାତାୟତ ପୁରାପୁରି ଠପ ହୋଇଯାଇଥିଲା। ଆଉ ଦିଲ୍ଲୀରେ କାଳବୈଶାଖୀ କିପରି ତାଣ୍ଡବ ରଚିଥିଲା ତାର ବିଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା। ହେଲେ ସବୁଠାରୁ ହୃଦୟ ବିଦାରକ ଥିଲା କାନ୍ଥ ପଡି ବୃଦ୍ଧଙ୍କ ପ୍ରାଣହାନି ଘଟଣା।
ହଁ ଦିଲ୍ଲୀର ଚନ୍ଦର ବିହାରରେ କାନ୍ଥ ଭୁଶୁଡିବା ଫଳରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ରାସ୍ତାରେ ଯାଉଥିବା ଗାଡି ଉପରେ ଗଛ ପଡି ଦୁର୍ଘଟଣା ଘଟିଥିବାର ଅନେକ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।