fbpx

(Video)ଆମେରିକା ଦୂତାବାସ ଉପରେ ୧୨ଟି ମିସାଇଲ୍ ମାଡ଼

ୱାଶିଂଟନ୍: ଇରାକରେ ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଛି । ଦୂତାବାସ ଉପରେ ୧୨ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ମିଳିଛି । ଇରବିଲ୍ ସ୍ଥିତ ଦୂତାବାସ ଉପରେ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ରହିଛି । ଏହି ମିସାଇଲ୍ ମାଡ଼ ଇରାନରୁ କରାଯାଇଛି । ତେବେ ମିସାଇଲ୍ ମାଡ଼ରେ କୌଣସି କ୍ଷତି ହୋଇନାହିଁ । ୧୨ଟି ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ କରିଛି ଇରାନ୍ । ତେବେ ଏହି ମିସାଇଲ୍ ମାଡ଼ର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଆକ୍ରମରଣର କାରଣ ବର୍ତ୍ତମାନ ଖୋଜୁଛନ୍ତି ଇରାକ୍ ଓ କୁର୍ଦ୍ଦିସ୍ ର ସ୍ଥାନୀୟ ସରକାର । ଏହି ଭଳି ଆକ୍ରମଣକୁ ନିନ୍ଦା କରିଛି ଆମେରିକା । ଏଥିରେ କୌଣସି ଅଧିକାରୀଙ୍କୁ କ୍ଷତି ପହଞ୍ଚିନଥିବା ସୂଚନା ମିଳିଛି । ଉକ୍ତ ଦୂତାବାସ ଟି ନୂତନ ଭାବରେ ତିଆରି ଚାଲିଥିଲା । ତେଣୁ ସେଠାରେ କେହି ବି ଉପସ୍ଥିତ ନଥିଲେ । ଯାହା ଫଳରେ କାହାର କୌଣସି କ୍ଷତି ହୋଇନାହିଁ ।

Get real time updates directly on you device, subscribe now.