fbpx

IAS ସ୍ତରରେ ବଡ଼ ଧରଣର ଅଦଳବଦଳ; ୧୮ ଆଇଏସ୍‌ଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୮ ଆଇଏସ୍‌ଙ୍କୁ ବଦଳି କଲେ ରାଜ୍ୟ ସରକାର । ସତ୍ୟବ୍ରତ ସାହୁଙ୍କୁ ଦିଆଗଲା ଗୃହ ବିଭାଗର ACS ଦାୟିତ୍ୱ । ଦେଓ ରଂଜନ କୁମାର ସିଂହ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ACS । SRC ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଦେଓ ରଂଜନ । ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ କରାଯାଇଛି । ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମିଳିଛି । ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ ବିଷ୍ଣୁପଦ ସେଠୀ । ଉଷା ପାଢୀଙ୍କୁ ମିଳିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ।

 

Get real time updates directly on you device, subscribe now.