fbpx

ଦେହଜୀବୀଙ୍କ ତାଲିକା ପୁନର୍ବାର ପ୍ରସ୍ତୁତ କର: ବିରକ୍ତି ପ୍ରକାଶ କରିବା ସହିତ ସମସ୍ତ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଳୀ:ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦେହଜୀବୀମାନଙ୍କ ତାଲିକା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଅଧିକାଂଶ ଦେହଜୀବୀଙ୍କ ପରିଚୟପତ୍ର ନଥିବାରୁ ସେମାନେ ରାସନ ପାଇବାରୁ ବଂଚିତ ହେଉଛନ୍ତି । ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟମାନେ ଦେଇଥିବା ତାଲିକା ତ୍ରୁଟିପୂର୍ଣ୍ଣ । ତେଣୁ ସେମାନେ ରାଷ୍ଟ୍ରୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ (ନାକୋ )ଉପରେ ଭରସା ନକରି ଅନ୍ୟାନ୍ୟ ସଂଗଠନର ପରାମର୍ଶ ନେବା ଉଚିତ ।

କୋର୍ଟ କହିଛନ୍ତି ଯେ ରାସନ କାର୍ଡ ଓ (ନାକୋ )ଦ୍ୱାରା ଚିହ୍ନଟ ହୋଇଥିବା ସେକ୍ସ ୱାର୍କରଙ୍କ ଭୋଟର କାର୍ଡ ପାଇଁ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସ୍ଟାଟସ ରିପୋର୍ଟ ଦେଖିବା ପରେ ଆଉ ଅଲଗା ରାଜ୍ୟର ଦେଖିବା ଆଵଶ୍ୟକତା ନାହିଁ । ତେଣୁ ଆମେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କୁ ସେକ୍ସ ୱାର୍କରଙ୍କ ପରିଚୟ ପ୍ରକ୍ରିୟା ଜାରି ରଖିବାକୁ ନିର୍ଦେଶ ଦେଇଛୁ । ଯେଉଁମାନେ ଖାଦ୍ୟ ପାଇବାରୁ ବଂଚିତ ହେଉଛନ୍ତି ଓ ନିଜର ପରିଚୟପତ୍ର ନାହିଁ ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି କୋର୍ଟ କହିଛନ୍ତି । ଅନ୍ୟ ରାଜ୍ୟର ସେକ୍ସ ୱାର୍କର ତାଲିକା ଦେଖିଲେ ପଶ୍ଚିମବଙ୍ଗ ସରକାର ଦେଇଥିବା ୬୨୨୭ ସେକ୍ସ ୱାର୍କର ତାଲିକା ଠିକ ନୁହେ । ତେଣୁ ସରକାର ପୁଣି ଥରେ ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରନ୍ତୁ । ଅନ୍ୟ ପରିଚୟ ପତ୍ର ଆଧାରକୁ ଜୋର ନଦେଇ ସେକ୍ସ ୱାର୍କରଙ୍କୁ ରାସନ ଦେବା ଜାରି ରଖନ୍ତୁ ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.