fbpx

ଆନାସ୍ଥା ପ୍ରସ୍ତାବର ସାମ୍ନା କରିବେ ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁ !

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ମାଳଦ୍ୱୀପ ବିବାଦ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଦିଆଯାଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଦେଖାଦେଇଛି । ଏଥିମଧ୍ୟରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବା ନେଇ ପ୍ରସ୍ତୁତି ଚାଲିଛି । ମୋହମ୍ମଦ ମୁଇଜ୍ଜୁଙ୍କୁ ଗାଦିଚ୍ୟୁତ୍ କରିବା ପାଇଁ ସେଠାକାର ସଂସଦୀୟ ଅଳ୍ପସଂଖ୍ୟକ ନେତା ଅଲି ଅଜୀମ ପ୍ରଥମେ ପ୍ରସ୍ତାବ ରଖିଥିଲେ ଏବଂ ଏଥିରେ ସହଯୋଗ କରିବା ପାଇଁ ମାଳଦ୍ୱୀପର ନେତାଙ୍କୁ ନିବେଦନ କରିଛନ୍ତି । Maldivian Democratic Party ମାଳଦ୍ୱୀପର ବୈଦେଶିତ ନୀତିରେ ସ୍ଥିରତା ବଜାୟ ରଖିବା ପାଇଁ ପ୍ରତିବଦ୍ଧ ଅଟେ । ଆମେ କୌଣସି ପଡ଼ୋଶୀ ଦେଶକୁ ଏହି ବୈଦେଶିକ ନୀତିରୁ ବିଚ୍ଛିନ୍ନ ହେବାକୁ ଦେବୁନାହିଁ । ଏହି ପରିପ୍ରେକ୍ଷୀରେ ସେ ଦଳର ଶୀର୍ଷ ନେତାଙ୍କୁ ମୁଇଜ୍ଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ନେଇ ପ୍ରସ୍ତୁତ ଅଛନ୍ତି ନା ନାହିଁ ବୋଲି ପଚାରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଳଦ୍ୱୀପ ଗସ୍ତକୁ ଆଧାର କରି ଦିଆଯାଇଥିବା ଆପତ୍ତିଜନକ ଟିପ୍ପଣୀ ପରେ ମାଳଦ୍ୱୀପ ସରକାର ୩ ଜଣ ମନ୍ତ୍ରୀ ଯଥା ଯୁବ ମନ୍ତ୍ରଣାଳୟର ଡେପୁଟି ମନ୍ତ୍ରୀ ମାଲଶା ଶରିଫ୍, ମରିୟମ ଶିଉନା ଏବଂ ଅବଦୁଲ୍ଲା ମଜହୁମଙ୍କୁ ନିଲମ୍ବିତ କରିଥିଲେ । ଏହା ପରେ ବିଭିନ୍ନ ନେତା, ମନ୍ତ୍ରୀ, ବଲିଉଡ଼ କଳାକାର ସହ ଅନ୍ୟ ଭାରତୀୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ସୋସିଆଲ ମିଡ଼ିଆରେ ମାଳଦ୍ୱୀପ ବୟକଟ୍ ଟ୍ରେଣ୍ଡ ମଧ୍ୟ କରିଥିଲା । ଏହି ପରିପ୍ରେକ୍ଷୀରେ ମାଳଦ୍ୱୀପର ହାଇ କମିଶନର ଇବ୍ରାହିମ୍ ଶାହୀବଙ୍କୁ ସ୍ପଷ୍ଟିକରଣ ଦେବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସମନ୍ ଜାରି କରାଯାଇଥିଲା । ତେବେ ସେଠାରୁ ସେ କିଛି ସମୟ ମଧ୍ୟରେ ହିଁ ଫେରି ଆସିଥିଲେ । ଏହା ପରେ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁଙ୍କ ଚୀନ ଗସ୍ତ ସମୟରେ ଗଣମାଧ୍ୟମର ସାମ୍ନା କରିବାକୁ ପଡ଼ିଥିଲା ।

Get real time updates directly on you device, subscribe now.