fbpx

ମହିଳା ଶିକ୍ଷା ବର୍ଗରେ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ ହେଲା ମାଲକାନଗିରି

Advertisement

ମାଲକାନଗିରି: ଓଡିଶାରେ ମହିଳା ଶିକ୍ଷା ବର୍ଗରେ ମାଲକାନଗିରିକୁ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଛି । ଇଣ୍ଡିଆ ଟୁଡେ ରାଜ୍ୟସ୍ତରୀୟ କନକ୍ଲେଭରେ ମାଲକାନଗିରି ଜିଲ୍ଲାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଇଣ୍ଡିଆ ଟୁଡେ ରାଜ୍ୟ ସ୍ତରୀୟ କନକ୍ଲେଭ ଜାରି ରହିଥିବା ବେଳେ ଏହି ଅବସରରେ ମହିଳାଙ୍କ ବିକାଶ ଓ ଶିକ୍ଷା ବର୍ଗରେ ସବୁଠାରୁ ଅଧିକ ପ୍ରଶଂସନୀୟ କାର୍ଯ୍ୟ କରି ସାରା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ଜିଲ୍ଲା ଭାବେ ମାଲକାନଗିରିକୁ ଚୟନ କରାଯାଇଛି । ଯେଉଁଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟ କରି ରଖିବାକୁ ଉପଦେଶ ଦେଇଛନ୍ତି ।

ତେବେ ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ଓ ବିଶେଷ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶିତା ପାଇଁ ଜିଲ୍ଲା ଆଜି ଏହି ପୁରସ୍କାର ପାଇପାରିଥିବା କହି ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ଶ୍ରୀ ସିଂ ।

Get real time updates directly on you device, subscribe now.