fbpx

ଏବେ ରାଜ୍ୟପାଳଙ୍କ ବିରୋଧରେ କିଛି ବି କହିପାରିବେ ନାହିଁ ମମତା ବାନାର୍ଜୀ, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋସଙ୍କ ସହ ଚାଲୁଥିବା ବାକ୍ ଯୁଦ୍ଧକୁ ନେଇ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି । ମଙ୍ଗଳବାର କୋଲକାତା ହାଇକୋର୍ଟ ମମତାଙ୍କୁ ରାଜ୍ୟପାଳଙ୍କ ବିରୋଧରେ କୌଣସି ପ୍ରକାର ଅପମାନଜନକ ଟିପ୍ପଣୀ ଦେବାକୁ ମନା କରିଛନ୍ତି ।

କିଛି ମହିଳା ରାଜଭବନ ଯିବାକୁ ଭୟ କରୁଥିବା ଅଭିଯୋଗ ନେଇ ମମତା ଗତ ମାସ ଦାବି କରିଥିଲେ । ମମତାଙ୍କ ଏହି ବୟାନ ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ ଜୁନ୍ ୨୮ରେ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଏନେଇ କୋଲକାତା ହାଇକୋର୍ଟରେ ଶୁଣାଣି ଚାଲୁଛି । ସୋମବାର ଶୁଣାଣି ସମୟରେ ମଧ୍ୟ ମମତା ନିଜ ବୟାନକୁ ନେଇ ଦୃଢ଼ ଥଲେ । ରାଜ୍ୟପାଳଙ୍କ ଦ୍ୱାରା ହାଇକୋର୍ଟରେ ଦାଖଲ କରାଯାଇଥିବା ଆବେଦନର ବିରୋଧ ମଧ୍ୟ କରଥିଲେ । ଅପରପକ୍ଷରେ ମମତାଙ୍କ ଓକିଲ ଏସ୍‌.ଏନ୍ ମୁଖାର୍ଜୀ ଜଷ୍ଟିସ୍ କୃଷ୍ଣ ରାଓଙ୍କ ସମ୍ମୁଖରେ ଏହା ଯୁକ୍ତି କରିଥିଲେ କି ମମତାଙ୍କ ଟିପ୍ପଣୀ ନିରପେକ୍ଷ ଥିଲା ଏବଂ ଏହା ମାନହାନୀ ନଥିଲା । ମଙ୍ଗଳବାର କୋର୍ଟ ଏହା ନିଷ୍ପତ୍ତି ଶୁଣାଇଥିଲେ କି ସ୍ୱତନ୍ତ୍ରତାର ଅଧିକାରରେ ଜଣେ ଅପମାନଜନକ ବୟାନ ଦେଇପାରିବ ନାହିଁ ଏବଂ କୌଣସି ବ୍ୟକ୍ତିର ପ୍ରତିଷ୍ଠାକୁ ମଳିନ କରିପାରିବ ନାହିଁ ।

Get real time updates directly on you device, subscribe now.