ପାର୍କରେ ଚାଲୁଥିବା ଯୁବତୀଙ୍କ ଓଠ କାମୁଡ଼ିଦେଲେ ଯୁବକ, ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ
ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ପାର୍କରେ ଯୁବତୀଙ୍କୁ ଅଶାଳୀନ ବ୍ୟବହାର କଲେ ଯୁବତୀ ।
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ସୁରକ୍ଷିତ ନାହାନ୍ତି ଯୁବତୀ । ପାର୍କରେ ଜୋର ଜବରଦସ୍ତି ୨ ଜଣ ଯୁବତୀଙ୍କୁ କିସ୍ କରି ଗିରଫ ହୋଇଛି ଅଭିଯୁକ୍ତ ।
ଯୁବକଙ୍କ ଘର ବନସ୍ୱଦୀରେ; ତାଙ୍କୁ ଗିରଫ କରିଛି ପୁଲକେଶିନଗର ପୋଲିସ । ଗିରଫ ପରେ କୋର୍ଟରେ ହାଜର କରି ପୋଲିସ ଅଭିଯୁକ୍ତକୁ ୧୪ ଦିନିଆ ରିମାଣ୍ଡରେ ଆଣିଛି ।
ଘଟଣାଦିନ ସନ୍ଧ୍ୟା ୭ଟାବେଳେ ୪୧ ବର୍ଷିୟା ମହିଳା ମିଲଟନ ପାର୍କରେ ତାଙ୍କ ପିଲାମାନଙ୍କ ସହ ବୁଲୁଥିବାବେଳେ ଅଭିଯୁୂକ୍ତ ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ କରିଥିଲା । ଅଭିଯେଗ ଅନୁସାରେ ଉକ୍ତ ଯୁବକ ତାଙ୍କୁ କିଛିସମୟ ପର୍ଯ୍ୟନ୍ତ ଫଲୋ କରିଥିଲା । ଏହାପରେ ତାଙ୍କୁ ହଗ୍ କରିବାକୁ କହିଥିଲା । ଶେଷର ଜବରଦସ୍ତ କିସ୍ କରିଥିବା ଜଣାପଡ଼ିଛି ।
ଏଘଟଣାର ଠିକ୍ ଅଳ୍ପ ସମୟ ମଧ୍ୟରେ ଯୁବକ ଜଣକ ଅନ୍ୟ ଜଣେ ୨୮ ବର୍ଷୀୟା ଯୁବତୀଙ୍କ ପାଖକୁ ଯାଇ ତାଙ୍କୁ କୁଣ୍ଢୋଇ ଥିଲେ । ଏହାପରେ ତାଙ୍କ ଓଠକୁ କିସ୍ କରି କାମୁଡ଼ି ଦେଇଥିଲେ ।
ଘଟଣା ନେଇ ଯୁବତୀମାନେ ଥାନାରେ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ପୋଲିସର ଟିମ୍ ଅଭିଯୁକ୍ତଙ୍କୁ ଖୋଜି ବାହାର କରିଥିଲା । ଏହାପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସ୍ୱତନ୍ତ୍ର ପୋଲିସ ଟିମ୍ ଘଟଣାର ତଦନ୍ତ ଚଳାଇଛି ।