fbpx

ମଇଁଷି ପାଖରେ ଋଣୀ ହୋଇଗଲା ମଣିଷ , ଭାଲୁ ସହ ଲଢେଇ କରି ବଞ୍ଚାଇଦେଲା ଜୀବନ …

Advertisement

ଓଡ଼ିଶା ଭାସ୍କର: ମଇଁଷି ପାଖରେ ଋଣୀ ହୋଇଗଲା ମଣିଷ । ମଇଁଷି ପାଇଁ ବଞ୍ଚିଗଲା ମାଲିକର ଜୀବନ । ଭାଲୁ ସହିତ ଲଢି ମାଲିକ କୁ ଦେଲେ ପୁର୍ନଜନ୍ମ । କଥାରେ ଅଛି କୁକୁର ହେଉଛି ବିଶ୍ୱସ୍ତ ପ୍ରାଣୀ । କୁକୁର ଅନେକ ଥର ମାଲିକର ଜୀବନ ବଞ୍ଚାଇ ବିଶ୍ୱସତାର ପ୍ରମାଣ ଦେଇଛି । ହେଲେ ଏବେ ମଇଁଷି ନିଜ ଜୀବନକୁ ବାଜିରେ ଲଗାଇ ବଞ୍ଚାଇଦେଇଛି ମାଲିକର ଜୀବନ । ଏହି ଘଟଣା ମଧ୍ୟପ୍ରଦେଶର ସୟୋପୁରରେ ଘଟିଛି । ଏଠାରେ ରାମ ପ୍ରସାଦ ନାମକ ଜଣେ ବ୍ୟକ୍ତି ବସବାସ କରନ୍ତି । ସେ ଜଙ୍ଗଳ ନିକଟସ୍ଥ ଜମିକୁ କାମ ପାଇଁ ଯାଇଥିଲେ । ଏତିକି ବେଳେ ହଠାତ ତାଙ୍କ ଉପରକୁ ଏକ ଭାଲୁ ଆକ୍ରମଣ କରିଥିଲା ।

ମାଲିକଙ୍କୁ ଭାଲୁ ଆକ୍ରମଣ କରୁଥିବା ଦେଖି ମଇଁଷି ପଲ ନିଜ ଜୀବନକୁ ବାଜି ଲଗାଇ ଭାଲୁ ଉପରେ ଜଣକ ପରେ ଜଣେ ପାଲଟା ଆକ୍ରମଣ କରିଥିଲେ । ୨୦ଟି ମଇଁଷି ଆକ୍ରମଣରେ ଭାଲୁ ଭୟଭୀତ ହୋଇ ଜଙ୍ଗଲକୁ ଚାଲି ଯାଇଥିଲା । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଗ୍ରାମବାସୀମାନେ ପ୍ରସାଦଙ୍କୁ ଗୁରୁ୍‌ତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରସାଦଙ୍କ ଚିକିତ୍ସା ପରେ ସେ ବିପଦମୁକ୍ତ ଥିବା କହିଛନ୍ତି । ଏହି ଘଟଣାକୁ ନେଇ ପ୍ରସାଦ କହିଛନ୍ତି,‘ ମଇଁଷିମାନେ ମୋତେ ଋଣୀ କରିଦେଲେ । ମୁଁ ତାଙ୍କ ଋଣ କେବେ ଶୁଝି ପାରିବି ନାହିଁ । ସେମାନେ ଏମିତି ମୋ ପାଇଁ ଜୀବନ ବାଜି ଲଗାଇ ଦେବେ କେବେ ଚିନ୍ତା ବି କରି ନଥିଲି ।’

Get real time updates directly on you device, subscribe now.