ଆଠଗଡ଼: ରେଳ ଷ୍ଟେସନ ନିକଟରେ ଜୀଅନ୍ତା ଜଳିଗଲେ ଯୁବକ । ଗୁରୁଡିଝାଟିଆ ରେଳ ଷ୍ଟେସନ ପାର୍କିଂ ନିକଟରେ ଘଟିଛି ଏ ଅଘଟଣ ।
ଷ୍ଟେସନ ପାର୍କିଂରେ ଜଳିଯାଇଛନ୍ତି ଜଣେ ଯୁବକ । ପାର୍କିଂରେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ନିଆଁ ଲାଗି ଜଳିଯାଇଥିବା ଜଣାପଡ଼ିଛି ।
ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଷରେ କିପରି ଆସିଲେ ତାହା ଜଣାପଡ଼ି ନାହିଁ ।
କୋଇଲା ଟ୍ରେନରୁ ଚୋରି କରୁଥିବାବେଳେ ଅଘଟଣ ଘଟିଥିବା କୁହାଯାଇଛି । ଘଟଣାସ୍ଥଳରେ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।