fbpx

ଦ୍ରୁତ ଗତିରେ ଆସୁଥିବା ମେଟ୍ରୋ ଆଗକୁ ମହିଳାଙ୍କୁ ଠେଲିଦେଲା ସାଇକୋ: ତା’ପରେ କଣ ହେଲା ଦେଖନ୍ତୁ ଛାତି ଥରା Video

ନୂଆଦିଲ୍ଲୀ: ଦୁର୍ଘଟଣା ସର୍ବଦା ଭୟାନକ । ଏହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିଥାଏ । ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦ୍ରୁତ ଗତିରେ ଆସୁଥିବା ମେଟ୍ରୋ ଟ୍ରେନ ଆଡକୁ ଜଣେ ମହିଳାଙ୍କୁ ଠେଲି ଦେଇଥିଲେ ଜଣେ ଯୁବକ । ଏମିତି ଏକ ଛାତିଥରା ଘଟଣା ଘଟିଛି ବେଲଜିୟମରେ । ବେଲଜିୟମର ରାଜଧାନୀ ବ୍ରସେଲ୍ସରେ ଘଟିଥିବା ଏହି ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଛି ।

୩୦ ସେକେଣ୍ଡର ଏହି ସିସିଟିଭି ଭିଡିଓ ଆପଣ ମଧ୍ୟ ଦେଖିଲେ ଚମକି ପଡିବେ । ମହିଳା ଜଣଙ୍କ ରୋଜିଅର ମେଟ୍ରୋ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ପଛଆଡୁ ହଠାତ ଆସି ତାଙ୍କୁ ମେଟ୍ରୋ ଟ୍ରାକକୁ ଠେଲି ଦେଇଥିଲେ ଯୁବକ । ତେବେ ସୌଭାଗ୍ୟ ବଶତଃ ଟ୍ରେନ୍ ଡ୍ରାଇଭର ଇମର୍ଜେନ୍ସି ବ୍ରେକ୍ ଲଗାଇଥିଲେ । ଇମର୍ଜେନ୍ସି ବ୍ରେକ କାରଣରୁ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲେ ହେଁ ଟ୍ରେନ ଡ୍ରାଇଭର ଏବଂ ମହିଳା ସାମାନ୍ୟ ଆହତ ହୋଇଥିଲେ । ଡ୍ରାଇଭରଙ୍କ ପ୍ରତ୍ୟୁତ୍ପନ୍ନମତିତା କାରଣରୁ ମୃତ୍ୟୁ ଠାରୁ ମାତ୍ର କିଛି ଇଞ୍ଚ ଦୂରରେ ରହି ଯାଇଥିଲେ ମହିଳା । ଉଭୟ ଡ୍ରାଇଭର ଏବଂ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.