ଗୋଟିଏ ଲଟେରୀ ଟିକେଟ୍ କରିଦେଲା ମାଲେମାଲ, ତଥାପି କରୁଛନ୍ତି ଏହି କାମ

ଲଟେରୀ କରିଦେଲା କୋଟିପତି, ହେଲେ ଜେମ୍ସ ଭୁଲିନାହାନ୍ତି ନିଜ ବୃତ୍ତିକୁ। ୮୦ କୋଟିର ମାଲିକ କରୁଛନ୍ତି ଡ୍ରେନ୍ ସଫା।

ବ୍ରିଟେନ: ଡ୍ରେନ ସଫା କରୁଛନ୍ତି ୮୦ କୋଟିର ମାଲିକ । କଥାଟି ଆଶ୍ଚର୍ଯ୍ୟ ଲାଗୁଥୁଲେ ବି ସତ। ଜୀବିକା ତାଙ୍କର ସକାଳୁ ଉଠି ଡ୍ରେନ ସଫା କରିବା। ହେଲେ ଡ୍ରେନ ସଫା କରି ଜଣେ କୋଟି କୋଟି ଟଙ୍କାର ମାଲିକ ହେବା ଅସମ୍ଭବ କଥା।

ତାହାଲେ ଜଣେ ସଫେଇ କର୍ମଚାରୀ କିପରି ବନିଲେ ଏତେ ଟଙ୍କାର ମାଲିକ। ଏହି ଆକର୍ଷଣୀୟ କାହାଣୀ ପଛରେ ରହିଛି ଅନ୍ୟ କାରଣ।

କିଏ ଏହି କୋଟିପତି: ଘଟଣାଟି ହେଉଛି ବ୍ରିଟେନର। ୨୦ ବର୍ଷୀୟ ଜଣେ ଯୁବକ, ଯାହାଙ୍କର ପେଶା ଡ୍ରେନ ସଫା କରିବା। ନିକଟରେ ସେ ଏକ ଲଟେରୀ ଜିତିଥିଲେ।

ତାହା ପୁଣି ଛୋଟ ମୋଟ ନୁହେଁ ୮୦ କୋଟିର ଲଟେରୀ। କିନ୍ତୁ ସେ ଲଟେରୀ ଜିତି ଯେତିକି ଚର୍ଚ୍ଚାକୁ ଆସିନଥିଲେ। ନିଜ ପେଶାକୁ ଭୁଲି ନଥିବାରୁ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି।

ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି, ବ୍ରିଟେନର କାର୍ଲିସ୍ଲେରେ ରହୁଥିବା ଜଣେ ୨୦ ବର୍ଷୀୟ ଯୁବକ। ନାଁ ତାଙ୍କର ଜେମ୍ସ। ଯିଏକି ପ୍ରତି ଦିନ ଡ୍ରେନ ସଫା କରନ୍ତି।

କିପରି ହେଲେ କୋଟିପତି: ଜେମ୍ସ ମାତ୍ର ୨୦ ବର୍ଷ ବୟସରେ ୮୦ କୋଟିର ମାଲିକ ହୋଇଛନ୍ତି। ନିକଟରେ ଖ୍ରୀଷ୍ଟମାସ ସମୟରେ ୧୨ ହଜାର ଟଙ୍କାର ଓନ୍ ଲଟେରୀରୁ ଏକ ଲଟେରୀ ଟିକେଟ୍ କିଣିଥିଲେ।

ଯାହାପରେ ସେ ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ୮୦ କୋଟି ଟଙ୍କା ଜିତି କୋଟି ପତି ପାଲଟିଯାଇଛନ୍ତି। ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବୃତ୍ତିକୁ ଭୁଲି ନାହାନ୍ତି ଜେମ୍ସ: ଯଦିଓ ଜେମ୍ସ ୮୦ କୋଟି ଲଟେରୀ ଜିତି କୋଟିପତି ହୋଇଛନ୍ତି। କିନ୍ତୁ ଦେଖିବାକୁ ମିଳିଛି ସେ ଲଟେରୀ ଜିତିବାର ପରଦିନ ସକାଳୁ ହିଁ ନିଜ ବୃତ୍ତିକୁ ଫେରିଛନ୍ତି।

ଅର୍ଥାତ୍ ସକାଳୁ ସକାଳୁ ଡ୍ରେନ ସଫା କରୁଥିବାର ନଜର ଆସିଛନ୍ତି। ତେଣୁ ସାଧାରଣରେ କୁହାଯାଉଛି କୋଟିପତି ହେବା ପରେ ବି ନିଜ କାମକୁ ଛୋଟ ମନେ କରିନାହାନ୍ତି ଜେମ୍ସ। ଯେଉଁଥିପାଇଁ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।