ଭଞ୍ଜନଗର: ଗାଜିଆବାଦର ଭଞ୍ଜନଗର ପୋଲିସ ଷ୍ଟେସନର ପ୍ରତାପ ବିହାର ଛକରେ ଜଣେ ଲୋକ କୁକୁର କୁ ଗାଡ଼ିରେ ବାନ୍ଧି ଟାଣି ଟାଣି ନେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ପାଇବା ପରେ ପଶୁପ୍ରେମୀ ସଂଗଠନର କିଛି ଲୋକ ମଧ୍ୟ ସେଠାରେ ପହଞ୍ଚିଥିଲେ, ଏହା ସହିତ କୁକୁରକୁ ବାନ୍ଧିଥିବା ବ୍ୟକ୍ତିଙ୍କୁ ମଧ୍ୟ ଧରିଥିଲେ। ଯେତେବେଳେ କୁକୁରଟିକୁ ଧରା ଯାଇଥିଲା ଏବଂ ପରେ ଯାଞ୍ଚ କରାଯାଇଥିଲା, ସେତେବେଳେ କୁକୁରଟି ବହୁତ ଆହତ ଅବସ୍ଥାରେ ଥିଲା। ତେବେ ଅଟକ ରହିଥିବା ବ୍ୟକ୍ତି ଜଣକ ଭିଡିଓରେ କହିଛି ଯେ ସେ ଏମିତି କାହିଁକି କରିଥିଲା ।
ସୂଚନାଦେଇ ବ୍ୟକ୍ତି ଜଣକ କହିଛି କୁକୁର ଚାରି-ପାଞ୍ଚ ଜଣଙ୍କୁ କାମୁଡ଼ି ଦେଇଛି ତେଣୁ ସେ ଏହାକୁ ଅନ୍ୟତ୍ର ଛାଡିବାକୁ ନିଆ ଯାଉଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Request to up police to put him behind the bars and seize the vehicle immediately. @pfaindia @lakshmisharath @timesofindia @Live_Hindustan pic.twitter.com/nqUSEaThCB
— Surbhi Rawat (@surbhirawatpfa) March 19, 2023
ସ୍ଥାନୀୟ ଫିଡରଙ୍କ ସୂଚନା ଉପରେ, ପଶୁପ୍ରେମୀ ସଂଗଠନର ସଦସ୍ୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୋପେଡ୍ ଦ୍ୱାରା ଟାଣୁଥିବା ବ୍ୟକ୍ତିଙ୍କୁ ଧରିବା ସହିତ କୁକୁରଟି କୁ ଚିକିତ୍ସା କରିବା ପାଇଁ ନେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ମୋପେଡ୍ ଆରୋହୀ କୁକୁରକୁ ବାନ୍ଧି ଦେଢ କିଲୋମିଟର ଦୂରତାକୁ ଟାଣିଥିବା ସୂଚନା ରହିଛି । ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଛି। ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇଥିନ ମଧ୍ୟ ଜଣା ପଡିଛି ।
ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଯଦିଓ କୁକୁର କାମୁଡ଼ିବା କାରଣରୁ ଅନେକ ବଡ ଦୁର୍ଘଟଣା ଏବଂ ଘଟଣା ସାମ୍ନାକୁ ଆସିଛି। ତଥାପି ମାନବିକତା ଦୃଷ୍ଟିରୁ ଆମେ କୌଣସି ପ୍ରାଣୀ ସହିତ ଏମିତି କରିବା ଠିକ ନୁହେଁ । ଏହା ସହିତ କୌଣସି ସ୍ଥାନରୁ ଏହିପରି ଟାଣି ନେବାକୁ ମଧ୍ୟ ଆମକୁ ଅନୁମତି ଦିଏ ନାହିଁ ।